Home >
ଆରଜେ ଭାବେ କାମ କରି ସାରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଅକଇ ଆବେ,ମଧ୍ୟ ଜଣେ ସାମାଜିକ କର୍ମୀ
Khabar Odisha: Japan-Pms-wife-worked-as-a-RJ-in-past-year

ନୂଆଦିଲ୍ଲୀ, ୧୪ସେପ୍ଟେମ୍ୱର(ଖବର ଓଡ଼ିଶା): ଜାପାନର ପ୍ରଧାନମନ୍ତ୍ରୀ ଶିଂଜୋ ଆବେ ଏବେ ଦୁଇ ଦିନିଆଁ ଭାରତ ଗସ୍ତରେ ଅଛନ୍ତି । ଆବେଙ୍କ ସହ ତାଙ୍କ ପତ୍ନୀ ଅକଇ ଆବେ ମଧ୍ୟ ଏଠାକୁ ଆସିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନୀ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କର ଭେଟ, ଚୁକ୍ତି ଓ ସହଯୋଗ ଛଡ଼ା ଅକଇ ଆବେ ମିଡ଼ିଆର ଧ୍ୟାନ ନିଜ ଆଡ଼କୁ ନେଉଥିବା ଦେଖାଯାଇଛି । କାଲିର ରୋଡ଼ ସୋସମୟରେ ଅକଇ ବରାବର ଭାବେ ଭାରତୀୟ ଲୋକମାନଙ୍କର ଅଭିବାଦନ ଗ୍ରହଣ କରୁଥିଲେ । ଯାହାକୁ ନେଇ ଚର୍ଚ୍ଚା ହେଉଛି । ଆଜି ଆମେ ଆପଣଙ୍କୁ ତାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣାଇବାକୁ ଯାଉଛୁ ।
 
-)ଅକଇ ଆବେଙ୍କର ଜନ୍ମ ଜାପାନର ଜଣାଶୁଣା କମ୍ପାନୀ ମୋରିନଗା ଆଣ୍ଡ କମ୍ପାନୀର ମୁଖ୍ୟଙ୍କ ଘରେ ହୋଇଥିଲା । 
 
-) ସେ ଏସଏସପିଟି କଲେଜରୁ ସ୍ନାତକୋତ୍ତର ପାଠ ପଢ଼ିଥିଲେ । ପରେ ସେ ୨୦୧୧ରେ ରିକ୍କୟୋ ୟୁନିଭର୍ସିଟିରୁ ସୋସିଆଲ ଡ଼ିଜାଇନ ଷ୍ଟଡ଼ିଜରେ ମାଷ୍ଟର ଡ଼ିଗ୍ରୀ ହାସଲ କରିଛନ୍ତି ।
 
-)ଶିଂଜୋ ଆବେଙ୍କ ସହ ଅକଇ ଆବେଙ୍କ ବିବାହ ୧୯୮୭ ମସିହାରେ ବିବାହ କରିଥିଲେ ।
 
-) ଯାହା ସୂଚନା ରହିଛି ଉଭୟଙ୍କର କୌଣସି ସନ୍ତାନ ନାହିଁ ।
 
-)ଅକଇ ନିଜକୁ ସାମାଜିକ କାର୍ୟ୍ୟରେ ବିଶେଷ ଭାବେ ନିୟୋଜିତ କରିଥାନ୍ତି ।
 
-)ସେ ଯୌନ ସଂଖ୍ୟାଲଘୁ ସଂମ୍ପ୍ରଦାୟ ଏବଂ ଏଜିବିଟି ସମୁଦାୟକୁ ସମର୍ଥନ କରିବା ପାଇଁ ବେଶ ଜଣାଶୁଣା ।
 
-)୨୦୧୪ ମସିହାରେ ହୋଇଥିବା  ଗେ ପ୍ରାଇଡ଼ ପରେଡ଼ରେ ସେ ସାମିଲ ହୋଇଥିଲେ ।
 
-) ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ, ଅକଇ ଆବେ ଜଣେ ଆର.ଜେ ଅଥବା ରେଡ଼ିଓ ଜକି ଭାବେ କାମ କରି ସାରିଛନ୍ତି ।
 
-) ୯୦ ଦଶକ ସମୟରେ ସେ ଜାପାନରେ ସିମୋନସେକି ସହରରେ ଆରଜେ ଭାବେ ବେଶ ଲୋକପ୍ରୀୟ ଥିଲେ । ଏପରିକି ତାଙ୍କୁ ଅକ୍କି ନାମରେ ଅଧିକ ଲୋକ ଜାଣନ୍ତି ।
 
-) ବିବାହ ପୂର୍ବରୁ ସେ ଅନେକ କମ୍ପାନୀରେ କାମ କରି ସାରିଛନ୍ତି ।
 
-) ସୋସିଆଲ ମିଡ଼ିଆରେ ସେ ବେଶ ଆକ୍ଟିଭ ଥାଆନ୍ତି । ଏପରିକି ସେ ଫେସବୁକ ଏବଂ ଇନଷ୍ଟାଗ୍ରାମର ମଧ୍ୟ ବହୁଳ ବ୍ୟବହାର କରିଥାନ୍ତି ।

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments