Home >
ଆମେ ଇଂଲଣ୍ଡଠୁ ନୁହେଁ ସାମ କୁରନଙ୍କ ଯୋଗୁଁ ସିରିଜ ହାରିଲୁ: ଶାସ୍ତ୍ରୀ
Khabar Odisha:india-vs-england-we-lose-series-because-of-sam-curran-rather-than-england-team-says-ravi-shastri
ନୂଆଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ଭାରତର କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଯେ ଟେଷ୍ଟ ସିରିଜରେ ତାଙ୍କ ଦଳ ଇଂଲଣ୍ଡର ସାମୂହିକ ପ୍ରୟାସରେ ନୁହେଁ ବରଂ ଅଲରାଉଣ୍ଡର ସାମ କୁରନଙ୍କ ଚତ୍ମକାର ପ୍ରଦର୍ଶନ ଯୋଗୁଁ  ପରାଜିତ ହୋଇଛି। ଭାରତର ପରାଜୟରେ ସାମ କୁରନ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଫଳସ୍ଵରୂପ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ହାତରୁ ୪-୧ରେ ପରାଜିତ ହୋଇଛି। ମାତ୍ର ଶାସ୍ତ୍ରୀ କହିଛନ୍ତି ଯେ ସ୍କୋରରୁ ଏହା ଜଣାପଡୁନାହିଁ ଯେ ଦଳ କେତେ ସଂଘର୍ଷ କରିଛି।

ଶାସ୍ତ୍ରୀ ଇଏସପିଏନ କ୍ରିକଇନଫୋକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ମୁଁ ଏହା କହୁନାହିଁ ଯେ ଆମେ ସଂପୂର୍ଣ୍ଣ ଭାବେ  ବିଫଳ ହେଲୁ ମାତ୍ର ସିରିଜରେ ଉନ୍ନତ ଖେଳିବାକୁ ବହୁ ପ୍ରୟାସ କରିଛୁ। ଆମକୁ ଖେଳର ପରିସ୍ଥିତି ଦେଖି ଯେଉଁଠି ଶ୍ରେୟ ଦେବା ଜରୁରୀ ସେଠି ଶ୍ରେୟ ଦେବା ଉଚିତ୍। ବିରାଟ ଓ ମୋତେ ମ୍ୟାନ ଅଫ ଦ ସିରିଜ ଚୟନ କରିବାକୁ କୁହାଗଲା ଏବଂ ଆମେ ସାମ କୁରନଙ୍କୁ ବାଛିଥିଲୁ। ଶାସ୍ତ୍ରୀ କହିଛନ୍ତି ଯେ ସାମ କୁରନ ଆମର ବହୁତ କ୍ଷତି ଘଟାଇଛନ୍ତି। ଇଂଲଣ୍ଡ ଅପେକ୍ଷା କୁରନ ଆମକୁ ବହୁତ ହଇରାଣ କରିଛନ୍ତି। 

ଟିମ୍ ଇଣ୍ଡିଆର କୋଚ୍ କହିଛନ୍ତି ଯେ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ସ୍କୋର ୭ ଓ୍ଵିକେଟରେ ୮୭ ରନ ଥିଲା, ମାତ୍ର ଏହି ପରିସ୍ଥିତିରେ କରନ ରନ କରିଥିଲେ। ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ୬ ଓ୍ଵିକେଟ୍ ହରାଇ ୮୬ ରନ କରିଥିଲା। ମାତ୍ର ଏଠାରେ ମଧ୍ୟ କରନ ରନ କରି ଇଂଲଣ୍ଡକୁ ଉଦ୍ଧାର କରିଥିଲେ। ଏଜବାଷ୍ଟନରେ ପ୍ରଥମ ପାଳିରେ ଆମର ସ୍କୋର ବିନା ଓ୍ଵିକେଟରେ ୫୦ ରନ ଥିଲା। ମାତ୍ରେ ସାମ କରନ ଓ୍ଵିକେଟ୍ ନେଇ ଆମକୁ ବ୍ୟାକଫୁଟରେ ରଖିଥିଲେ। ଏହି ପରି ସିରିଜର ମହତ୍ଵପୂର୍ଣ୍ଣ ସମୟରେ କରନ ରନ କରିବା ସହିତ ଓ୍ଵିକେଟ୍ ନେଇ ଭାରତକୁ ଚାପରେ ରଖିଥିଲେ। 

  • Tags:

Subscribe

National International State Sports Entertainment