Home >
ଧାର୍ମିକ ଭିଜା: ଉର୍ସ ପାଇଁ ୧୭୦ ଜଣ ପାକିସ୍ତାନୀ ପର୍ଯ୍ୟଟକଙ୍କୁ ଭିଜା ଦେଲା ଭାରତ
Khabar Odisha:India-grants-170-tourists-Viza-to-Pakistani-tourists

ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରକୁ ନେଇ ସବୁବେଳେ ବିବାଦ ରହିବା ପରେ ବି ଭାରତ-ପାକିସ୍ତାନ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଭିଜା ନେଣ-ଦେଣରେ କୌଣସି ଅସୁବିଧା ହେଉ ନାହିଁ । ଭାରତ ୧୭୦ ପାକିସ୍ତାନୀ ଶ୍ରଦ୍ଧାଳୁଙ୍କୁ ଏହି ମାସର ଶେଷ ପର୍ଯ୍ୟନ୍ତ ପଞ୍ଜାବ ଆସିବାକୁ ଭିଜା ଦେଇଛି । ନିକଟରେ ଉଭୟ ଦେଶର ବିଦେଶମନ୍ତ୍ରୀଙ୍କ ମଧ୍ୟରେ ସମ୍ଭାବିତ ବୈଠକ ବାତିଲ ହୋଇଥିଲା । ବର୍ଷ ୨୦୧୫ରେ ଭାରତ ଧାର୍ମିକ ପର୍ଯ୍ୟଟନକୁ ପାକିସ୍ତାନ ସହିତ ସଂପର୍କ ସଂଶୋଧନ କରି ଏକ ଭିନ୍ନ ଶୈଳୀ ଆପଣାଇବାକୁ ରାଜି ହୋଇଥିଲା । 

ପାକିସ୍ତାନୀ ଶ୍ରଦ୍ଧାଳୁ ପଞ୍ଜାବର ସରହିନ୍ଦ ଅଞ୍ଚଳରେ ଥିବା  ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ସରିଫ ଉର୍ସରେ ଅଂଶଗ୍ରହଣ କରିବାକୁ ଆସିବେ । ଏହି ମେଳା ସୁଫି ସନ୍ଥ ଶେଖ ଫାରୁଖଙ୍କ ମଜାର ପାଇଁ ଲାଗିଥାଏ । ଭାରତ ମୁଖ୍ୟତଃ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ତାଙ୍କ ପାକିସ୍ତାନୀ ସମକକ୍ଷ ଶାହ ମହମ୍ମଦ କ୍ୟୁରେସିଙ୍କ ସହିତ ଆଲୋଚନା ବାତିଲ ହେବାର କିଛି ପାକିସ୍ତାନୀ କଏଦୀଙ୍କୁ ମୁକ୍ତି ଦେଇଥିଲା । ବୈଠକ ବାତିଲ ହେବା ପରେ ବି ଲାଗୁଥିଲା ଯେ, ଉଭୟ ଦେଶ ମାନବୀୟ ପ୍ରସଙ୍ଗକୁ ନେଇ ଭାବୁଥିଲେ ଏବଂ ଧାର୍ମିକ ପର୍ଯ୍ୟଟନ ଉପରେ ଧ୍ୟାନ ଦେଉଥିଲେ । 

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିଜର ଆଲୋଚନା ବେଳେ ସ୍ୱରାଜ ଓ କ୍ୟୁରେସିଙ୍କ ମଧ୍ୟରେ କରତାରପୁର କରିଡର ଖୋଲିବା ଉପରେ ଆଲୋଚନା ହେବାର ଆଶା ଦେଖାଯାଉଥିଲା । ଭାରତରେ ରହୁଥିବା ସିଖଙ୍କ ପାଇଁ ପାକିସ୍ତାନୀ ସହର କରତାରପୁରସ୍ଥିତ ଦରବାର ସାହିବକୁ ନେଇ ବହୁ ଶଦ୍ଧାର ସ୍ଥାନ । 

 

  • Tags:

Subscribe

National International State Sports Entertainment