Home >
ତେଲେଙ୍ଗାନା ନିର୍ବାଚନ ଜିତିଲେ ହାଇଦ୍ରାବାଦର ନାମ ହେବ ଭାଗ୍ୟନଗର: ବିଜେପି ବିଧାୟକ
Khabar Odisha:Hyderabad-will-be-renamed-Bhagyanagar-if-we-win-Telangana-polls-says-BJP-MLA

ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡ଼ିଶା): ତେଲେଙ୍ଗାନାରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଜିତିଲେ, ହାଇଦ୍ରାବାଦର ନାମ ପରିବର୍ତ୍ତ କରାଯାଇ ଭାଗ୍ୟନଗର ରଖାଯିବ । ତେଲେଙ୍ଗାନାର ଜଣେ ବିଜେପି ବିଧାୟକ ଗୁରୁବାର ଏହା କହିଛନ୍ତି । ଘୋଷାମହଲ ବିଧାନସଭା ଆସନରୁ ବିଜେପି ବିଧାୟକ ରାଜା ସିଂହ କହିଛନ୍ତି ଦଳ ଜିତିଲେ ହାଇଦ୍ରାବାଦର ନାମ ଭାଗ୍ୟନଗର ରଖାଯିବ । ପୁଣି ଥରେ ସେ କହିଛନ୍ତି ବିଜେପି ସିକନ୍ଦରାବାଦ ଏବଂ କରୀମନଗରର ନାମ ପରିବର୍ତ୍ତନ କରିବ । 

ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଏକ ସାକ୍ଷାତକାରରେ ବିଧାୟକ ରାଜା ସିଂହ କହିଛନ୍ତି, ହାଇଦ୍ରାବାଦର ନାମ ପୂର୍ବରୁ ଭାଗ୍ୟନଗର ଥିଲା । ଏହାକୁ ୧୫୯୦ରେ କ୍ୟୁଲି କୁତାବ ଶାହା ନାମ ପରିବର୍ତ୍ତନ କରିଥିଲେ । ସେହି ସମୟରେ ଅନେକ ହିନ୍ଦୁ ଆକ୍ରମଣର ଶିକାର ହୋଇଥିଲେ । ଅନେକ ସଂଖ୍ୟାରେ ମନ୍ଦିର ଭଙ୍ଗାଯାଇଥିଲା । ଆମେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ କରୁଛୁ । 

ରାଜା ସିଂହ ଦୃଢ଼ ମନରେ କହିଛନ୍ତି ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବ । ବିଜେପିକୁ ବିପୁଳ ପରିମାଣରେ ଭୋଟ ମିଳିବ । ଆମର ପ୍ରଥମ ଉଦ୍ଦେଶ୍ୟ ହେଲା ରାଜ୍ୟର ବିକାଶ କରିବା । ପରେ ହାଇଦ୍ରାବାଦର ନାମ ପରବର୍ତ୍ତନ କରି ଭାଗ୍ୟନଗର ରଖିବା । 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଆହ୍ଲାବାଦର ନାମ ପ୍ରାୟାଗ ରାଜ ରଖାଯିବା ପରେ ଦେଶର ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ନାମ ପରିବର୍ତ୍ତନ କରିବା ଧାରା ଆରମ୍ଭ ହୋଇଯାଇଛି । ଯୋଗୀ ଅଯୋଧ୍ୟାରେ ଦୀପୋତ୍ସବରେ ଯୋଗଦେଇ ଫୈଜାବାଦର ନାମ ଅଯୋଧ୍ୟା ରଖିବାକୁ ଘୋଷଣା କରିଛନ୍ତି । କେବଳ ଉତ୍ତର ପ୍ରଦେଶ ନୁହେଁ ବରଂ ଅନ୍ୟ ରାଜ୍ୟରେ ମଧ୍ୟ ନାମ ପରିବର୍ତ୍ତନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଗୁଜୁରାଟ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି ଅହମଦାବାଦର ନାମ ପରିବର୍ତ୍ତନ କରାଯାଇ ଏହାକୁ କର୍ଣ୍ଣାବତୀ ରଖାଯିବ । ଏଥିପାଇଁ ସରକାର ଆଇନର ସହଯୋଗ ଲୋଡିଛନ୍ତି । 

 

  • Tags:

Subscribe

National International State Sports Entertainment