Home >
ହକି ବିଶ୍ୱକପ୍: ଆୟରଲାଣ୍ଡକୁ ପରାସ୍ତ କଲା ଇଂଲଣ୍ଡ, ଚୀନକୁ ୧୧-୦ରେ ହରାଇଲା ଅଷ୍ଟ୍ରେଲିଆ
Khabar Odisha:Hockey-World-cup
ଭୁବନେଶ୍ୱର, ୭ ଡିସେମ୍ବର (ଖବର ଓଡ଼ିଶା):

 ଭୁବନେଶ୍ୱର କଳିଙ୍ଗ ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୦ତମ ମ୍ୟାଚରେ ଇଂଲଣ୍ଡ ୪-୨ ଗୋଲରେ ଆୟରଲାଣ୍ଡକୁ ମାତ୍ ଦେଇଛି। ସେହିପରି ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଚୀନ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଶୁକ୍ରବାର ପୁଲ-ବିରେ ନିଜର ଅନ୍ତିମ ଗ୍ରୁପ୍ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଟିମ୍ ଚୀନକୁ ୧୧-୦ ଗୋଲରେ ହରାଇ ଦେଇଛି। 

ଦ୍ୱିତୀୟ ମ୍ୟାଚ ଇଂଲଣ୍ଡ ଆୟରଲାଣ୍ଡ ମ୍ୟାଚ ରୋମାଞ୍ଚକର ଥିଲା। ପୁଲ ବିର ଏହି ମୁକାବିଲା ଉଭୟ ଦଳ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା। ଆୟରଲାଣ୍ଡ ଗୋଟିଏ ଗୋଲ ଦେବାର କିଛି ସମୟ ମଧ୍ୟରେ ଇଂଲଣ୍ଡ ଆଉ ଗୋଟିଏ ଗୋଲ ଦେଇଥିଲା। ସେହିପରି ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଉନ୍ନତ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ ତରଫରୁ ବ୍ଲେକ୍ ଗୋର୍ବସ ହାଟ୍ରିକ୍ ଗୋଲ ଦେଇଥିଲେ। ସେ ୯ରେ, ୧୯ରେ ଏବଂ ୩୪ ନମିନିଟରେ ତିନୋଟି ଗୋଲ ଦେଇଥିଲେ।  ଏହାବ୍ୟତିତ ବ୍ରେଣ୍ଡ୍ ୨ଟି ଗୋଲ ଦେଇଥିଲେ।  ସେହିପରି ଅଷ୍ଟ୍ରେଲିଆର ଅନ୍ୟ ଖେଳାଳି ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିଲେ। ବିପକ୍ଷ ଚୀନ ଦଳକୁ ଗୋଟିଏ ହେଲେ ଗୋଲ କରିବାର ସୁଯୋଗ ଦେଇନଥିଲେ।  

ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। କଳିଙ୍ଗ ଷ୍ଟାଡିୟମରେ ଗୋଟିଏ ପରେ ଗୋଟିଏ ଗୋଲ ଦେଖି ଦର୍ଶକମାନେ ଅଧିକ ଉତ୍ସାହିତ ହୋଇଥିଲେ। ଅଷ୍ଟ୍ରେଲିଆ ପ୍ରଥମ ହାଫରୁ ହିଁ ଛଅଟି ଗୋଲ ଦେଇ ଚୀନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ହାଫରେ ଅଷ୍ଟ୍ରେଲିଆ ୬-୦ରେ ଆଗୁଆ ଥିଲା । ଦ୍ୱିତୀୟ ହାଫରେ ମଧ୍ୟ ଅଷ୍ଟ୍ରେଲିଆ ଗୋଲ ଦେବା ଜାରି ରଖିଥିଲା । ଫଳରେ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ୩ଟି ମ୍ୟାଚରେ କ୍ରମାଗତ ବିଜୟୀ ହୋଇ ୯ ପଏଣ୍ଟ ହାସଲ କରିଛି।

Subscribe

National International State Sports Entertainment