Home >
ହାର୍ଦ୍ଦିକଙ୍କୁ ପୋଲକଙ୍କ ମହତ୍ଵପୂର୍ଣ୍ଣ ପରାମର୍ଶ, ଭାରତ ପାଇଁ ଅଧିକ ସମୟ ଖେଳିବାକୁ ଚାହୁଁଛ ତ ଗୋଟିଏ ଉପରେ ଧ୍ୟାନ ଦିଅ
Khabar Odisha:hardik-pandya-needs-to-focus-on-one-aspect-of-his-game-says-shaun-pollock
ନୂଆଦିଲ୍ଲୀ, ଅଗଷ୍ଟ୧୦(ଖବର ଓଡ଼ିଶା):

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ସନ ପୋଲକଙ୍କ କହିବା କଥା ଯଦି ଭାରତର ଯୁବ ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲମ୍ବା ସମୟ ପର୍ୟ୍ୟନ୍ତ କ୍ରିକେଟ୍ ଖେଳିବାକୁ ଅଛି ତେବେ ନିଜ ଖେଳର ଗୋଟିଏ ପକ୍ଷ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। 

ପୋଲକଙ୍କ କହିବା କଥା ଟି-୨୦ର ଲୋକପ୍ରିୟତା ଅନେକ ଅଲରାଉଣ୍ଡର ଖେଳାଳିଙ୍କୁ ଜନ୍ମ ଦେଇଛି। ସେ ବର୍ତ୍ତମାନ ସମୟରେ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଖେଳାଳି ମାନନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର  ଖେଳାଳି ପୋଲକ ପାଣ୍ଡ୍ୟାଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ତାଙ୍କୁ ନିଜ ଖେଳରେ ବ୍ୟାଟିଂ ହେଉ କି ବୋଲିଂ ହେଉ ଗୋଟିଏ ପକ୍ଷକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି। 

ପୋଲକ କହିଛନ୍ତି ଯେ ଟି-୨୦ କ୍ରିକେଟ୍ ଅନେକ ଖେଳାଳିଙ୍କୁ ଏହା ଅନୁଭବ ଦେଇଛି ଯେ ସେ ବଲ ଓ ବ୍ୟାଟ୍ ଉଭୟରେ ଯୋଗଦାନ ଦେଇ ପାରିବେ। ପୁରା ବିଶ୍ଵର ଅଲରାଉଣ୍ଡର ଖେଳାଳିଙ୍କ କଥା ଯଦି କୁହାଯାଏ ତେବେ କାହାକୁ ଚୟନ କରିବା ମୁସ୍କିଲ, ମାତ୍ର ମୋର କହିବା କଥା ବେନ ଷ୍ଟୋକ୍ସ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ଅଲରାଉଣ୍ଡର। 

ଭାରତୀୟ କ୍ରିକେଟ୍ କଥା ଯଦି କୁହାଯାଏ ତେବେ ପାଣ୍ଡ୍ୟା ଲମ୍ବା ରେସର ଘୋଡ଼ା ହୋଇ ପାରନ୍ତି। ପୋଲକ କହିଛନ୍ତି ଯେ ମୋତୋ ଲାଗୁଛି ଯେ ପାଣ୍ଡ୍ୟାଙ୍କ ଷ୍ଟାଇଲ ଓ ଖେଳ ପ୍ରତି ଥିବା ଦୃଷ୍ଟିକୋଣକୁ କୋହଲି ବହୁତ ପସନ୍ଦ କରନ୍ତି। ପାଣ୍ଡ୍ୟା ରନ ବି କରି ପାରିବେ ଓ ଓ୍ଵିକେଟ୍ ମଧ୍ୟ ନେଇ ପାରିବେ। 

ସେ କହିଛନ୍ତି ଯେ ହାର୍ଦ୍ଦିକଙ୍କୁ ଶାନ୍ତିରେ ବସି ବ୍ୟାଟିଂ କି ବୋଲିଂ ମଧ୍ୟରୁ କୌଣସି ଗୋଟିଏ ବାଛିବାର ଆବଶ୍ୟକତା ରହିଛି ଯାହା ତାଙ୍କୁ ଦଳରେ ଦୀର୍ଘ ଦିନ ଧରି ରଖି ପାରିବ। ଯଦି ସେ ଏହା ଉପରେ ବିଚାର କରିବେ ତେବେ ନିଃସନ୍ଦେହ ପାଣ୍ଡ୍ୟା ଭାରତର ଦମଦାର ଅଲରାଉଣ୍ଡର ହୋଇ ପାରିବେ। 

ସନ ପୋଲକ ଦକ୍ଷିଣ ଆଫ୍ରିକା ପକ୍ଷରୁ ୩୦୩ ଦିନିକିଆ ଖେଳି ୩୯୩ ଓ୍ଵିକେଟ୍ ନେଇଥିଲେ ଏବଂ ବ୍ୟାଟିଂରେ ସେ ୩୫୧୯ ରନ ମଧ୍ୟ କରିଥିଲେ। ପୋଲକ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ବୟାନ କରି ସମର୍ଥନ ଦେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଦିନିକିଆରେ ଦୁଇଟି ନୂତନ ବଲର ଉପଯୋଗ ନିଷ୍ପତ୍ତିକୁ କଠୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହି ନିଷ୍ପତ୍ତିରେ ରିଭର୍ସ ସ୍ଵିଙ୍ଗ ସମାପ୍ତ ହୋଇପାରେ। 

  • Tags:

Subscribe

National International State Sports Entertainment