Home >
ସରକାର ଆରବିଆଇଠୁ ମାଗି ନାହାନ୍ତି ୩.୬ ଲକ୍ଷ କୋଟି ଟଙ୍କା: ଅର୍ଥ ବିଭାଗ ସଚିବ
Khabar Odisha:government-does-not-ask-for-rs-3-6-lakh-crore-from-rbi-economic-department-
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

 କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ଆର୍ଥିକ ମାମଲାକୁ ନେଇ ବିବାଦ ଜାରି ରହିଛି। ଏହା ମଧ୍ୟରେ ସରକାର ନିଜର ସଫେଇ ଦେଇଛନ୍ତି। ଶୁକ୍ରବାର ସରକାର କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କଠୁ ତିନି ଲକ୍ଷ ୬୦ ହଜାର କୋଟି ଟଙ୍କା ମଗାଯାଇନାହିଁ। କେବଳ ଆରବିଆଇର ଆର୍ଥିକ ପୁଞ୍ଜି ବ୍ୟବସ୍ଥା ସ୍ଥିର କରିବା ବିଷୟରେ ଆଲୋଚନା କରାଯାଉଛି। ଏହା ପୂର୍ବରୁ ନଭେମ୍ବର ୫ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆନ ଏକ୍ସପ୍ରେସର ଖବରକୁ ଟ୍ଵିଟ୍ କରି  ଆର୍ଥିକ ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରିଥିଲେ। 

ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ବିଭାଗ ସଚିବ ସୁଭାଷ ଗର୍ଗ ଟ୍ଵିଟ୍ କରି କହିଛନ୍ତି ଯେ ମିଡିଆରେ ଭୁଲ ତଥ୍ୟକୁ ନେଇ ଅନେକ ଭ୍ରମିତ ଖବର ପ୍ରଚାର କରାଯାଉଛି। ସରକାରଙ୍କ ରାଜକୋଷୀୟ ହିସାବ-ନିକାସ ଠିକ୍ ଠାକ ଚାଲିଛି। ଆରବିଆଇଠୁ ୩.୬ ଲକ୍ଷ କୋଟି ଟଙ୍କା ମାଗିବା ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି। 

ଗର୍ଗ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ଆର୍ଥିକ ପୁଞ୍ଜି ବ୍ୟବସ୍ଥା ସ୍ଥିର କରିବା ପାଇଁ ଏକ ପ୍ରସ୍ତାବ ଉପରେ କେବଳ ଆଲୋଚନା କରାଯାଉଛି। ଆର୍ଥିକ ମାମଲାର ସଚିବ ବିଶ୍ଵାସ ଦେଇ କହିଛନ୍ତି ଯେ ସରକାର ଚଳିତ ଆର୍ଥିକ ବର୍ଷରେ ରାଜକୋଷୀୟ ଘାଟାକୁ ସକଳ ଘରୋଇ ଉତ୍ପାଦର ୩.୩ ପ୍ରତିଶତ  ପର୍ଯ୍ୟନ୍ତ ସୀମିତ ରଖିବାକୁ ବଜେଟରେ ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ରାଜକୋଷୀୟ ହିସାବ ନିକାଶ ଠିକ୍ ଚାଲିଥିବା ଗର୍ଗ କହିଛନ୍ତି। 

ସେ ଏହା ମଧ୍ୟ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୧୩-୧୪ରେ ସରକାରଙ୍କ ରାଜକୋଷୀୟ ଘାଟା ଜିଡିପିର ୫.୧ ପ୍ରତିଶତ ସହିତ ବରାବର ଥିଲା। ଏହା ପରଠୁ ସରକାର ରାଜକୋଷୀୟ  ଘାଟାକୁ କମ କରି ଚାଲିଛନ୍ତି। ୨୦୧୮-୧୯ ଶେଷ ଆଡକୁ ରାଜକୋଷୀୟ ଘାଟା ୩.୩ ପ୍ରତିଶତ ପର୍ୟ୍ୟଡନ୍ତ ସୀମିତ ରଖାଯିବ ବୋଲି ଗର୍ଗ କହିଛନ୍ତି। 

Subscribe

National International State Sports Entertainment