Home >
ସ୍ଥାୟୀ ନିଯୁକ୍ତି ଦାବି ନେଇ ଫେବ୍ରୁଆରୀ ୧ରୁ ପୁଣି ଆନ୍ଦୋଳନକୁ ଫେରିବେ ଗାଁ ସାଥୀ
Khabar Odisha:Gaon-sathi-threaten-call-of-strike
ଭୁବନେଶ୍ୱର, ଜାନୁଆରୀ ୧୩ (ଖବର ଓଡ଼ିଶା): ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବି ନେଇ ବାରମ୍ବାର ଆନ୍ଦୋଳନ ହେଉଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବାରୁ ଆଗାମୀ ଫେବ୍ରୁଆରୀ ୧ରୁ ଗାଁ ସାଥୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ତଳେ ହୋଇଥିବା ଆନ୍ଦୋଳନ ପରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଗାଁ ସାଥୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ୨୨ ଦିନ ପରେ ବି ପ୍ରୋସିଡିଙ୍ଗ ପ୍ରସ୍ତୁତ ହୋଇ ନଥିବାରୁ ଗାଁ ସାଥୀ ସଂଘ ଅସନ୍ତୋଷ ପ୍ରକାଶ କରିଛି । ବିଭାଗୀୟ ମନ୍ତ୍ରୀ, ସଚିବ, ମନେରଗା ନିର୍ଦ୍ଦେଶକଙ୍କ ସହ ସଂଘର ପ୍ରତିନିଧି ଦଳ ଗତ ଅକ୍ଟୋବରରେ ଆଲୋଚନା ବେଳେ ଯେଉଁ ସରକାରୀ ଚିଠି ପଠାଯିବା କଥା ତାହା ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚି ନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । 

 

ଗାଁ ସାଥୀ ସଂଘର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ କହିଛନ୍ତି, ଜାନୁଆରୀ ୨୬ ସୁଦ୍ଧା ପଞ୍ଚାୟତରାଜ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ସରକାରୀ ଚିଠିରେ ପରିଣତ ନହେଲେ ଫେବ୍ରୁଆରୀ ୧ରୁ ବିଧାନସଭା ଆଗରେ ଧାରଣା ଦିଆଯିବ । ସେହିଭଳି ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ବର୍ଜନ କରି ଗାଁ ସାଥୀମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । 

 

  

 

 

 

  • Tags:

Subscribe

National International State Sports Entertainment