Home >
କୁହୁଡ଼ିରେ ସାରା ଓଡ଼ିଶା, ୧୭ରୁ ପୁଣି ଜାଡ଼
Khabar Odisha: Fog-disrupt-travelling

ଭୁବନେଶ୍ୱର, ଜାନୁଆରୀ ୧୩ (ଖବର ଓଡ଼ିଶା): ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଜାରି ରହିଛି । ସେହିଭଳି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଛି । କେବଳ ଉପକୂଳ ନୁହେଁ, ବରଂ ଆଭ୍ୟନ୍ତରୀଣ ଓ ଉପାନ୍ତ ଓଡ଼ିଶାରେ ମଧ୍ୟ କୁହୁଡ଼ିର ପ୍ରଭାବ ଲାଗି ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏହା ଆହୁରି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେଣୁ ଗାଡ଼ିଚାଳକମାନେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । 

 

ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ଜାନୁଆରୀ ୧୫ରୁ ୧୬ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ । ରାତି ୧୦ଟାରୁ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବ । ସେହିଭଳି ପୂର୍ବାହ୍ନ ୧୦ଟା ଯାଏ ଏଭଳି ସ୍ଥିତି ଲାଗି ରହିବ । ଭୋର ସମୟରେ କୁହୁଡ଼ିର ମାତ୍ରା ବଢ଼ିବ । ଥଣ୍ଡାରୁ ଟିକିଏ ଆଶ୍ୱସ୍ତି ମିଳିବ । ଜାନୁଆରୀ ୧୬ ପରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଜାଡ଼ ଫେରିବା ପରେ ତାପମାତ୍ର ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । 

 

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସୁନ୍ଦରଗଡ଼ରେ ୮, ହୀରାକୁଦରେ ୮.୬, କେନ୍ଦୁଝରଗଡ଼ରେ ୯, ଝାରସୁଗୁଡ଼ାରେ ୯.୨, ସମ୍ବଲପୁରରେ ୯.୩, ଅନୁଗୁଳରେ ୯.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । 

 

 

 

Subscribe

National International State Sports Entertainment