Home >
ଆମେରିକା: ପୂର୍ବତନ ଛାତ୍ର ଦ୍ୱାରା ଫ୍ଲୋରିଡ଼ା ସ୍କୁଲରେ ଗୁଳିକାଣ୍ଡ, ୧୭ ଜଣଙ୍କ ମୃତ୍ୟୁ
Khabar Odisha: Florida-shooting-17-dead

ପାର୍କଲାଣ୍ଡ, ଫେବୃଆରୀ ୧୫ (ଖବର ଓଡ଼ିଶା): ଆମେରିକାର ଫ୍ଲୋରିଡ଼ାସ୍ଥିତ ଏକ ହାଇସ୍କୁଲରେ ବୁଧବାର ହୋଇଥିବା ଗୁଳିକାଣ୍ଡରେ ୧୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଜଣେ ପୂର୍ବତନ ଛାତ୍ର ଏହି ଗୁଳିକାଣ୍ଡ କରିଥିବା ପୋଲିସ କହିଛି । ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ୧୯ ବର୍ଷିଅ ପୂର୍ବତନ ଛାତ୍ର ଏହି ଗୁଳିକାଣ୍ଡ କରିଛି । କାରଣ ଥିଲା ଯେ, ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ବିଦ୍ୟାଳୟରୁ ବାହାର କରି ଦେଇଥିଲା । ସ୍ଥାନୀୟ ପୋଲିସ ଆକ୍ରମଣକାରୀକୁ ଗିରଫ କରିଛି । ସିଟିଟିଭି ଫୁଟେଜ ମାଧ୍ୟମରେ ଅଭିଯୁକ୍ତକୁ ପୋଲିସ ଚିହ୍ନି ପାରି ଗିରଫ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସେହିଭଳି ଗୁଳିକାଣ୍ଡର ଶିକାର ହୋଇ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଗୁଲିକାଣ୍ଡ ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସ୍କୁଲପିଲା, ଶିକ୍ଷକ ଓ ଅନ୍ୟମାନଙ୍କୁ ସେ ଭୟଭୀତ ନ ହେବା ପାଇଁ କହିଛନ୍ତି । ଏ ନେଇ ଘଟଣାର ତଦନ୍ତ ପାଇଁ ସେ ଗଭର୍ଣ୍ଣର ରିକି ସ୍କର୍ଟଙ୍କ ସହିତ ଆଲୋଚନା କରିିଥିବା ବେଳେ ଘଟଣାର ତଦନ୍ତ ହେବ ବୋଲି ଟ୍ରମ୍ପ ଟୁଇଟରରେ କହିଛନ୍ତି ।

ଅନ୍ୟପକ୍ଷରେ ଉତ୍ତର ମିଆମି ଠାରୁ ୭୨ କିଲୋମିଟର ଦୂରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ପାର୍କଲାଣ୍ଡସ୍ଥିତ ମେଜରିଟି ଷ୍ଟୋନମ୍ୟାନ ଡୋଗଲାସ ହାଇସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ଛାତ୍ର ନିକୋଲାସ କ୍ରୁଜକୁ ପୋଲିସ ଗିରଫ କରିଛି । ଗୁଳିକାଣ୍ଡ ପରେ ଅଭିଯୁକ୍ତ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା । ବିଦ୍ୟାଳୟ ପରିସରରୁ ୧୨ଜଣଙ୍କ ମୃତଦେହ ମିଳିଥିବା ବେଳେ, ବାହାର ପାଶ୍ୱର୍ରେ ଅନ୍ୟ ବ୍ୟକ୍ତିଙ୍କର ମୃତ ଦେହ ମିଳିଛି । ଗୋଟିଏ ବର୍ଷ ମଧ୍ୟରେ ସ୍କୁଲରେ ଏହା ହେଉଛି ୧୮ତମ ଗୁଳିକାଣ୍ଡ । 

 

Subscribe

National International State Sports Entertainment