Home >
ନିଜ ସ୍ତ୍ରୀ ମାନ୍ୟତାଙ୍କ ସହ ଖୁସି ମୁହୁର୍ତ୍ତକୁ ସେୟାର କଲେ ସଞ୍ଜୟ ଦତ୍ତ, କହିଲେ ସାତ ଜନ୍ମ ରୁହନ୍ତୁ
Khabar Odisha:Entertainment-bollywood-odisha-Sanjay-dutt-share-emotional-post-on-his-11th-wedding-anniversary-with-manyata-dutt
ମୁମ୍ବାଇ, ଫେବୃଆରୀ ୧୨(ଖବର ଓଡ଼ିଶା)

: ବଲିଉଡ଼ ଜଗତର ସଂଜୁବାବା  ଅଥବା  ସଂଜୟ ଦତ୍ତ ସୋମବାର ଦିନ ନିଜ ପତ୍ନୀ ମାନ୍ୟତାଙ୍କ ସହ  ୧୧ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହା ସହ ସେ ସୋସିଆଲ ମିଡ଼ିଆରେ ସେଲଫି ସେୟାର କରିବା ସହ ଆବେଗଭରା ପୋଷ୍ଟ ମଧ୍ୟ କରିଛନ୍ତି ।

ସଂଜୟ ଦତ୍ତନିଜ ପ୍ରେଫେସନାଲ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ମାନ୍ୟତାଙ୍କ ସହ ଫୋଟ ସେୟାର କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି , ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହ ରହିବାକୁ ଭଗବାନ ଆଶୀର୍ବାଦ କରିଥିବାରୁ ଭଗବାନଙ୍କୁ ସେ କିପରି ଧନ୍ୟବାଦ ଦେବେ ବୋଲି ଲେଖିଛନ୍ତି । ହାପି ଆନିଭର୍ସରୀ ମାନ୍ୟତା । ଏପରି ସାତ ଜନ୍ମ ପାଇଁ ରହିବା ପାଇଁ ଚାହୁଁଛନ୍ତି । ସଞ୍ଜୟ ଦତ୍ତଙ୍କ ଏହି ପୋଷ୍ଟକୁ ଫ୍ୟାନ ଓ ତାଙ୍କର କିଛି ଶୁଭାକାଂକ୍ଷୀ ପସନ୍ଦ କରିଛନ୍ତି । ଏହି ପୋଷ୍ଟକୁ ସେ ନିଜ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି । ମାନ୍ୟତା ସଂଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ ।

ସଞ୍ଜୟ ଦତ୍ତ ୨୦୦୮ ମସିହାରେ ମାନ୍ୟତାଙ୍କୁ ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀ ଥିଲେ  ଋଚା ଶର୍ମା ଥିଲେ । କିନ୍ତୁ କେନ୍ସର ରୋଗରେ ପୀଡ଼ିତ ହୋଇ ୧୯୯୬ ରେ ମୃତ୍ୟୁବରଣ କରିଥିଲେ । ଏହା ପରେ ସେ ରିୟା ପିଲ୍ଲଇଙ୍କୁ ବିବାହ କରିଥିବା ବେଳେ ସମ୍ପର୍କ ଠିକ୍ ନ ରହିବାରୁ ସେ ଛାଡ଼ପତ୍ର ଦେଇଥିଲେ । ସଞ୍ଜୟ ଦତ୍ତ ସିନେମା ‘କଳଙ୍କ’ରେ ନଜରକୁ ଆସିବେ । 

Subscribe

National International State Sports Entertainment