Home >
ଲଜ୍ଜା: ଭଉଣୀକୁ ଦୁଷ୍କର୍ମ କଲା ନିଶାଶକ୍ତ ଭାଇ
Khabar Odisha:Drunken-brother-rapes-sister-in-Gurugram

ଗୁରୁଗ୍ରାମ, ନଭେମ୍ବର ୦୯ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ୧୯ ବର୍ଷିଅ ଯୁବକ ନିଶାଶକ୍ତ ଅବସ୍ଥାରେ ନିଜ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫାରୁଖନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଗୁରୁବାର ଅଭିଯୁକ୍ତ ଯୁବକକୁ ଗିରଫ କରିଛି । 

ପୋଲିସ ସୂଚନା ମୁତାବକ ଦିପାବଳୀ ରାତି ଯୁବକ ଜଣକ ପିତାଙ୍କ ସହିତ ମଦ ପିଇଥିଲା । ପିତା ଶୋଇ ପଡ଼ିବା ପରେ ଯୁବକ ନିଜ ସାନ ଭଉଣୀର କୋଠରିକୁ ଯାଇ ବଳପୂର୍ବକ ଭାବରେ ଦୁଷ୍କର୍ମ କରିଥିଲା । ରାତି ପାହିଲା ପରେ ଅଭିଯୁକ୍ତ ଯେତେବେଳେ ନିଜ କାମକୁ ଗଲା, ସେହି ସମୟରେ ୧୦ମ ଶ୍ରେଣୀ ଛାତ୍ରୀ ନିଜ ଜୀବନରେ ଘଟିଥିବା ସମସ୍ତ ଘଟଣାକୁ ପିତାଙ୍କ ଆଗରେ କହିଥିଲା । ଏହା ପରେ ପିତା ଝିଅକୁ ନେଇ ଥାନାକୁ ଯାଇଥିଲେ । 

ପିତା ନିଜ ବୟାନରେ ଅଭିଯୋଗ କରିଛନ୍ତି ଯେ, ଫାରୁଖନଗରରେ ନିଜର ୪ ସନ୍ତାନ-୩ ଝିଅ ଓ ଗୋଟିଏ ପୁଅ ସହିତ ରୁହନ୍ତି । ସ୍ତ୍ରୀ ମାନସକି ରୋଗୀ, ଯିଏକି କିଛି ବର୍ଷ ତଳେ ନିଖୋଜ ଅଛନ୍ତି । ଦୀପାବଳି ରାତିରେ ଘରେ ପୂଜା କରିବା ପରେ ସେ ପୁଅ ସହିତ ମଦ ପିଇଥିଲେ । ବଡ଼ ଓ ସାନ ଝିଅ ଗୋଟିଏ କୋଠରିରେ ଶୋଇଥିଲେ । ୧୫ ବର୍ଷୀୟ  ମଝିଆ ଝିଅ ଗୋଟିଏ କୋଠରିରେ ଏକାକୀ ଶୋଇଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ପୁଅ କୋଠରି ଭିତରକୁ ପ୍ରବେଶ କରିଥିଲା ଏବଂ ବଳପୂର୍ବକ ଦୁଷ୍କର୍ମ କରିଥିଲା । ମେଡିକାଲ ପରୀକ୍ଷା ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । 

 

  • Tags:

Subscribe

National International State Sports Entertainment