Home >
ହଳ କଲାବେଳେ ଓଲଟି ପଡିଲା ଟ୍ରାକ୍ଟର, ଡ୍ରାଇଭର ମୃତ
Khabar Odisha:Driver-dead-at-firm-in-bargarh
ବରଗଡ଼, ଜୁଲାଇ ୧୨ (ଖବର ଓଡ଼ିଶା):

ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ ଗ୍ରାମରେ ଆଜି ଜଣେ ବ୍ୟକ୍ତିଙ୍କ ଧାନ ଚାଷ ପାଇଁ ଟ୍ରାକ୍ଟର ଯୋଗେ ଜମିକୁ ହଳ କରି କାଦୁଅ କରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡିବାରୁ ଗାଡିର ଡ୍ରାଇଭର ଶ୍ୟାମ ଦଲେଇଙ୍କ ଇଞ୍ଜିନ ଚାପାରେ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଭେଡେନ ଡାକ୍ତରଖାନାକୁ ପଠେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭେଡେନ ପୋଲିସ ଏକ ଅପମୃତ୍ୟୁ ମାମଲା ରଜୁ କରି ତଦନ୍ତ ଚଳାଇଛି। 

  • Tags:

Subscribe

National International State Sports Entertainment