Home >
ତୋପ ‘କେ ବଜ୍ର, ଏମ-୭୭୭ ହୋଭିତ୍ୟଜର’ ଆଜି ସେନାରେ ହେବ ସାମିଲ
Khabar Odisha:Defiance-Minister-Nirmala-Sitaraman-tour-to-Nashik

ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡ଼ିଶା): ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମ ‘କେ ବଜ୍ର ଓ ଏମ-୭୭୭’ ତୋପ ସହିତ ଅନେକ ଉପକରଣକୁ ସେନାରେ ସାମିଲ କରିବା ପାଇଁ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ଦେବଲାଲି ତୋପଖାନା କେନ୍ଦ୍ରରେ ଆୟୋଜିତ ସମାରୋହରେ ଶୁକ୍ରବାର ଉପସ୍ଥିତ ରହିବେ । ପ୍ରତିରକ୍ଷା ମନ୍ତ୍ରଳୟର ଜଣେ ମୁଖପାତ୍ର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । 

ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ ଗୁରୁବାର କହିଛନ୍ତି, କେ ୯ ବଜ୍ରକୁ ୪୩୬୬ କୋଟି ଟଙ୍କା ପୁଞ୍ଜି ନିବେଶରେ ନିର୍ମାଣ କରାଯାଇଛି । ଏହି କାର୍ଯ୍ୟ ୨୦୨୦ ପର୍ଯ୍ୟନ୍ତ ପୂରା ହେବ । ମୋଟ ୧୦୦ ତୋପରେ ୧୦ ତୋପ ପ୍ରଥମ ଖେପ ଚଳିତ ମାସରେ ଉତ୍ପାଦନ କରାଯିବ । ଆଗାମୀ ୪୦ଟି ତୋପ ୨୦୧୯ ନଭେମ୍ବର ଓ ୫୦ ତୋପ ୨୦୨୦ ନଭେମ୍ବର ପୂର୍ବରୁ ପ୍ରସ୍ତୁତ ହେବ ।

କେ ବଜ୍ରର ପ୍ରଥମ ରେଜିମେଣ୍ଟ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ପୂରା ହେବାର ଆଶା କରାଯାଉଥିଲା । ଏହା ଏଭଳି ତୋପ, ଯାହାକୁ ଭାରତୀୟ ଘରୋଇ କମ୍ପାନୀ ତିଆରି କରିଛି । ଏହି ତୋପକୁ ଅଧିକ ଭାବରେ ୨୮ରୁ ୩୮ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରାଯାଇପାରିବ । ଏହା ୩୦ ସେକେଣ୍ଡରେ ୩ ଥର ଗୁଳି ବର୍ଷା କରିପାରିବାର କ୍ଷମତା ରଖିଛି । ସେହିଭଳି ଏହି ତୋପ ୩ ମିନିଟ ମଧ୍ୟରେ ୧୫ ଥର ଗୁଳି ମାରି ପାରିବ ।  

 

  • Tags:

Subscribe

National International State Sports Entertainment