Home >
ଉଦଘାଟିତ ହେଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଆରମ୍ଭ ହେଲା କଂସ ରାଜୁତି
Khabar Odisha:Culture-odisha-bargarh-dhanu-yatra-ingurated
ବରଗଡ଼ ,ଜାନୁଆରୀ୧୧(ଖବର ଓଡ଼ିଶା):

ଆନୁଷ୍ଠାନିକ ଭାବେ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଉଦଘାଟିତ ହୋଇଛି। ୭୦ ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏହା ସହିତ ଆଜିଠୁ ବରଗଡରେ ଆରମ୍ଭ ହୋଇଛି ମହାରାଜ କଂସଙ୍କ ରାଜୁତି। ବରଗଡ ପାଲଟିଯିବ ମଥୁରା ଏବଂ ଅମ୍ବାପାଲି ପାଲଟି ଯିବ ଗୋପପୁରୀ। ପୂରା ଏଗାର ଦିନ ବରଗଡରେ ଚାଲିବ କଂସ ରାଜୁତି। ପୂରା ସାଂସ୍କୃତିକ ମାହୋଲରେ ପରିଣତ ହୋଇଯିବ ବରଗଡ। ଉଦଘାଟନୀ ଉତ୍ସବରେ ବରଗଡ ସାଂସଦ ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହା ସହିତ ଆଜିଠାରୁ ବରଗଡରେ ଆରମ୍ଭ ହେବ ୭୦ ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ରହିଥିବାବେଳେ ମୁକ୍ତାକାଶ ରଂଗମଂଚ କଳାକାରମାନଙ୍କ ନିଖୁଣ କଳାକୁ ପ୍ରଦର୍ଶିତ କରିବାକୁ ଅପେକ୍ଷାରେ ରହିଛି । କଂସଙ୍କ ଅଟ୍ଟହାସ୍ୟରେ ଥରିବ ମେଦିନୀ। ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷିତ ହେବାକୁ ଥିବା ଦେଶ ବିଦେଶର କଳାକାରଙ୍କ ନାଚ ଗୀତରେ ଝୁମିବ ପୂରା ବରଗଡ।

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ ସହର  ଅପୂର୍ବ ରୂପରେ ସଜାଇ ହୋଇଛି ।  ହାଟପଦା ମଥୁରାନଗରୀ  ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରୀତ ହୋଇ ସୁସଜ୍ଜିତ ହୋଇ ରହିଛି  । ପରାକ୍ରମୀ କଂସର ପରାକ୍ରମ ଦେଖିବାକୁ ଲୋକେ ଉତ୍ସାହିତ ହୋଇ ଅପେକ୍ଷା କରି ରହିଛନ୍ତି । ଏହା ବ୍ୟତୀତ ବାଲୁକା ଶିଳ୍ପ, ଓରମାସ ଓ ମୀନାବଜାର ମଧ୍ୟ ଏହି ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବ । 

ଆଜି ଅପରାହ୍ନ ୨ ଟାରେ ଗାନ୍ଧୀଛକ ଠାରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇ ସଂଧ୍ୟାରେ ସମସ୍ତ କଳାକାରଙ୍କ ସହ ସମଲେଶ୍ୱରୀ ମନ୍ଦିରରେ ପହଂଚିବଥିଲା। ରାତି ୭ ଟାରେ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧନୁଯାତ୍ରାର ଉଦଘାଟିତ  ହୋଇଛି।। 

ଉଦଘାଟନୀ ପରେ ବହୁ ପ୍ରତିକ୍ଷୀତ ଧନୁଯାତ୍ରାର ଅଭିନୟ ଆରମ୍ଭ ହେବ । ମଥୁରାରେ କଂସର ରାଜୁତି,  ଦେବକୀ –ବସୁଦେବଙ୍କ ବିବାହ, କାରାଗାରବରଣ ଇତ୍ୟାଦି ଅଭିନୟ ଆଜି ଅନୁଷ୍ଠିତ ହେବ । ୧୧ ଦିନ ଧରି କଂସର ଅଟ୍ଟହାସ୍ୟରେ ସାରା ବରଗଡ ସହରରେ କମ୍ପନ ସୃଷ୍ଟି ହେବ ।  ଦେଶବିଦେଶର ବହୁ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ନାଚଗୀତ ମଧ୍ୟ ମଂଚସ୍ଥ ହେବାନେଇ କାର୍ଯ୍ୟକ୍ରମ ରହିଛି ।

Subscribe

National International State Sports Entertainment