Home >
ଚିପ୍ସ ଦେବା ବାହାନରେ ୭ ବର୍ଷର ଶିଶୁକୁ ଦୁଷ୍କର୍ମ-ହତ୍ୟା, ଅଭିଯୁକ୍ତ ବାପ-ପୁଅ ଗିରଫ
Khabar Odisha:Crime-arrest-Police-arrested-man-and-his-son-who-raped-and-killed-a-seven-year-old-kid

ନୂଆଦିଲ୍ଲୀ, ଫେବୃୟାରୀ ୧୨ (ଖବର ଓଡ଼ିଶା): ସାତ ବର୍ଷର ନିଷ୍ପାପ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସ ୨୦ ବର୍ଷିଅ ଜଣେ ଯୁବକ ଏବଂ ତା’ର ପିତାକୁ ଗିରଫ କରିଛି । ଗିରଫ ହେବା ପରେ ଅଭିଯୁକ୍ତମାନେ ପୋଲିସ ଆଗରେ ଲୋମହର୍ଷଣ ମୂଳକ ବୟାନ ଦେଇଛନ୍ତି । ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇ ଯାଇଛି ଯେ, ଶିଶୁକୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରାଯାଇଥିଲା । ଶିଶୁ କାଳେ ଘଟଣାକୁ ଅନ୍ୟତ୍ର ପ୍ରକାଶ କରିଦେବ ଭାବି ଅଭିଯୁକ୍ତ ବାପ-ପୁଅ ତାକୁ ହତ୍ୟା କରି ଦେଇଥିଲେ । ଅଭିଯୁକ୍ତଙ୍କ ଠିକଣା ପାଇବାକୁ ପୋଲିସ ୨୦୦ ସିସିଟିଭି କ୍ୟାମେରା ଯାଂଚ କରିଥିଲା । ଏକ ଫୁଟେଜରେ ଅଭିଯୁକ୍ତ ଯୁବକ ଓ ତା’ର ପିତା ସ୍କୁଟରରେ ଏକ ବ୍ୟାଗ ନେଇ ଯାଉଥିବା ସୂଚନା ମିଳିଥିଲା । ଏହା ପୂର୍ବରୁ ଜ୍ୱାଲାହେଡି ଛକରେ ଶିଶୁର ସଂପର୍କୀୟମାନେ ସୋମବାର ସକାଳୁ ମୃତଦେହ ରଖି ପ୍ରଦର୍ଶନ କରିଥିଲେ । 

ପୋଲିସ ଅଧିକାରୀଙ୍କ ଅନୁସାରେ ସ୍ପେଶାଳ ଷ୍ଟାଫର ଇନସ୍ପେକ୍ଟର ସୁଖବୀର ମଲିକ, ମୁଖ୍ୟ କନଷ୍ଟେବଲ ବୀରେନ୍ଦ୍ର, କୃଷ୍ଣା ରାଠୀ ଏବଂ ଟିମ ଦ୍ୱାରାକୁ ଦ୍ୱାର ନିଖୋଜ ଲୋକଙ୍କ ସଂପର୍କରେ ଅବଗତ ହୋଇଥିଲେ । ଶେଷରେ ପୋଲିସ ଅଭିଯୁକ୍ତ ରାଜେନ୍ଦ୍ର ସତୀଶ (୨୦) ଏବଂ ତା’ର ପିତା ରାମଶରଣ (୫୧)କୁ ଗିରଫ କରିଛି । 

ରାଜେନ୍ଦ୍ର ଘରୋଇ କାମ କରୁଥିଲା । ପୀଡ଼ିତା ଶିଶୁ ନିଜ ଭଉଣୀ ସହିତ ଚାଉମିନ ନେବାକୁ ଆସିଥିବା ବେଳେ ଅଭିଯୁକ୍ତ ଅପହରଣ କରିଥିଲା । ଅପହରଣର ପରଦିନ ଶିଶୁର ମୃତଦେହ ଡିଡିଏ ପାର୍କରୁ ଉଦ୍ଧାର ହୋଇଥିଲା । ସ୍ପେଶାଲ ଟାକ୍ସ ଫୋର୍ସ ଏବଂ ନିହାଲ ବିହାର ଥାନାର ଟିମ ଅଂଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ । ପୋଲିସ ଜାଣିବାକୁ ପାଇଛି ଯେ, ଚିପ୍ସ ଦେବା ବାହାନାରେ ଶିଶୁକୁ ଅଭିଯୁକ୍ତ ଏକ କୋଠାର ୩ୟ ମହଲାକୁ ନେଇ ଯାଇଥିଲା । ସେଠାରେ ଭୁଲ କାମ କରିବା ପରେ ମୁହଁକୁ ଯୋରରେ ଧରି ହତ୍ୟା କରି ଦେଇଥିଲା ।  

 

  • Tags:

Subscribe

National International State Sports Entertainment