Home >
ହତ୍ୟା ମାମଲାରେ ସନ୍ଥ ରାମପାଲ ଦୋଷୀ ସାବ୍ୟସ୍ତ, ହିସାରରେ ବଢିଲା ସୁରକ୍ଷା ବ୍ୟବସ୍ଥା
Khabar Odisha:court-decision-against-rampal-on-2014-ashram-violence-in-hisar
ହିସାର, ଅକ୍ଟୋବର୧୧(ଖବର ଓଡ଼ିଶା):

ସତଲୋକ ଆଶ୍ରମ ହିଂସାକାଣ୍ଡରେ ବିବାଦୀୟ ସନ୍ଥ ରାମପାଲଙ୍କୁ  ଦୁଇଟି ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।  ରାୟ ଶୁଣାଣି ପାଇଁ ସେଣ୍ଟ୍ରାଲ ଜେଲକୁ ହିଁ କୋର୍ଟ ରୁମରେ ପରିଣତ କରାଯାଇଥିଲା। ବିଚାରପତି ଡି.ଆର. ଚାଲିଆ ଏହି ମାମଲାର ଶୁଣାଣି କରିଛନ୍ତି। ୨୦୧୪ରେ ରାମପାଲଙ୍କ ଆଶ୍ରମରେ ଘଟିଥିବା ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫ ମହିଳା ଓ ଜଣେ ଶିଶୁ ସାମିଲ ଥିଲେ। ରାୟ ପରେ ରାମପାଲଙ୍କ ସମର୍ଥକଙ୍କ ଦ୍ଵାରା କୌଣସି ପ୍ରକାର ଉପଦ୍ରବ ହେବାର ଆଶଙ୍କା କରି ଜେଲ ଭିତରେ ହିଁ ଭିଡିଓ କନଫରେନ୍ସିଂ ଜରିଆରେ ରାମପାଲଙ୍କୁ ହଜାର କରାଯାଇଥିଲା। 

ଆଜି ରାୟର ଶୁଣାଣିକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବରଓ୍ଵାଲାର ସତଲୋକ ଆଶ୍ରମ ହିଂସାକାଣ୍ଡରେ ଦୁଇଟି ହତ୍ୟା ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଓ ସତ୍ର ନ୍ୟାୟାଧୀଶ  ଅଜୟ ପରାଶର ସେଣ୍ଟ୍ରାଲ ଜେଲ ୧ରେ କରିଥିଲେ। 

ରାମପାଲଙ୍କ ବିରୋଧରେ ଆଜି ରାୟକୁ ଦୃଷ୍ଟିରେ ରଖି ଗୁରୁବାର ସକାଳୁ ହିଁ ପୂରା ହିସାରରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ବୁଧବାର ଜିଲ୍ଲାରେ ଧାରା ୧୪୪ ଲାଗୁ ହୋଇଥିଲା। ଏହା ସହିତ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଥିଲା।  ପ୍ରାୟ ୨୦୦୦ ସୁରକ୍ଷାବଳଙ୍କୁ ନିଯୁକ୍ତି ଦିଆଯାଇଥିଲା। ସହରର ଅନେକ ଜାଗାରେ ରୁଟ୍ ପରିବର୍ତ୍ତନ କରାଯାଇଥିଲା। 

କଣ ଥିଲା ପୂରା ମାମଲା

ଉଲ୍ଲେଖଯୋଗ୍ୟ ୨୦୧୪ ନଭେମ୍ବର ୧୮ରେ ସତଲୋକ ଆଶ୍ରମର ସଞ୍ଚାଳକ ରାମପାଲଙ୍କୁ ବରଓ୍ଵାଲା ସ୍ଥିତ ତାଙ୍କରି ଆଶ୍ରମରୁ ବାହାର କରିବା ପାଇଁ ପୋଲିସ ଅପରେସନ ଚଳାଇଥିଲା। ଆଶ୍ରମକୁ ପ୍ରବେଶ ଉଦ୍ୟମ ସମୟରେ ପ୍ରଥମ ଦିନରେ ଅନେକ ଲୋକ ଆହତ ହୋଇଥିଲେ। ମାତ୍ର ରାମପାଲଙ୍କ ସମର୍ଥକ ପ୍ରବେଶ ଦ୍ଵାରରେ ମାରଣାସ୍ତ୍ର ଧରି ଡେରା ପକାଇଥିଲେ। ସେମାନେ ପୋଲିସକୁ ଆଶ୍ରମ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ। ରାମପାଲଙ୍କୁ ବାହାର କରିବା  ପର୍ଯ୍ୟନ୍ତ ବହୁତ ହିଂସାକାଣ୍ଡ ଘଟିଥିଲା।  ଏଥିରେ ୫  ଜଣ ମହିଳାଙ୍କ  ସମେତ ଜଣେ ଶିଶୁର ମୃତ୍ୟୁ ଘଟିଥିଲା। ପୋଲିସ ହିଂସା ମାମଲାରେ ରାମପାଲଙ୍କ ବ୍ୟତୀତ ୧୫ ଜଣ ଏବଂ ଅନ୍ୟ ଏକ ମାମଲାରେ ରାମପାଲଙ୍କ ସମେତ ୧୪ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। 

Subscribe

National International State Sports Entertainment