Home >
ଛତିଶଗଡ଼ ବିଧାନସଭା ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦୀ ବସ୍ତରରେ ପ୍ରଚାର କରିବେ ଆଜି
Khabar Odisha:Chhattisgarh-polls-pm-modi-and-Rahul-Gandhi-will-campaign-today

ରାୟପୁର, ନଭେମ୍ବର ୦୯ (ଖବର ଓଡ଼ିଶା): ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ରାଜନୈତିକ ଦଳମାନେ ବେଶ ସକ୍ରିୟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳରେ ପ୍ରଚାର କରିବେ । 

ଛତିଶଗଡ଼ ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଗୁରୁବାର କହିଛନ୍ତି ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୯ରେ ଛତିଶଗଡ଼ ଗସ୍ତରେ ଆସୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରଚାର ପାଇଁ ମୋଦୀ ପ୍ରଥମ ଥର ପାଇଁ ଆସୁଛନ୍ତି । ସେ ପୂର୍ବାହ୍ନ ୧୧ଟା ୨୦ରେ ରାୟପୁରସ୍ଥିତ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପହଞ୍ଚିବେ । ଏହା ପରେ ମୋଦୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଜଗଦଳପୁର ଯିବେ । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ଉପସ୍ଥିତ ରହିବେ । ମୋଦୀ ୨ଟା ୫ରେ ଜଗଦଲପୁରରୁ ପ୍ରସ୍ତାନ କରିବେ । ମୋଦୀ ଅପରାହ୍ନ ୩ଟା ୨୫ରେ ରାୟପୁର ପହଞ୍ଚିବା ପରେ ୩ଟା ୩୦ରେ ଦିଲ୍ଲୀ ଅଭିମୁଖେ ଫେରିଯିବେ । 

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨ ଦିନ ମଧ୍ୟରେ ୫ଟି ସାଧାରଣ ସଭାରେ ଯୋଗଦେଇ ଜନତାଙ୍କୁ ଭୋଟ ମାଗିବେ । ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ରାହୁଲ ପୂର୍ବାହ୍ନ ୧୧ଟାରେ ନୀୟମିତ ବିମାନରେ ରାୟପୁର ପହଞ୍ଚିବେ । ଏହାପରେ ସେ କାଙ୍କେର ଜିଲ୍ଲା ଗସ୍ତ କରିବେ । ରାହୁଲ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଧାରଣ ସଭାକୁ ସମ୍ବୋଧନ କରିବେ । ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଖୈରାଗଡ଼ରେ ନିର୍ବାଚୀନ ସଭାରେ ଯୋଗଦେବେ । 

 

  • Tags:

Subscribe

National International State Sports Entertainment