Home >
ରବି ନଦୀରେ ବନ୍ଧ ନିର୍ମାଣକୁ ଅନୁମତି ଦେଲେ କେନ୍ଦ୍ର ସରକାର, ହ୍ରାସ ପାଇବ ପାକିସ୍ତାନ ଯାଉଥିବା ଜଳର ପରିମାଣ
Khabar Odisha:centre-approved-shahpurkandi-dam-project-on-ravi-river-which-will-cut-water-flow-to-pakistanravi-river
ନୂଆଦିଲ୍ଲୀ,୦୭ ଡିସେମ୍ବର(ଖବର ଓଡିଶା):

 ଗୁରୁବାର କେନ୍ଦ୍ର ସରକାର ପଞ୍ଜାବରେ ହେବାକୁ ଥିବା ଶାହପୁରକଣ୍ଡୀ ବନ୍ଧ ନିର୍ମାଣ ପାଇଁ  ଅନୁମତି ଦେଇଛନ୍ତି । ଏହାଦ୍ୱାରା ଭାରତରୁ ଯେଉଁ ଅବ୍ୟବହୃତ ଜଳ ବୋହି ଯାଉଥିଲା ତାହାକୁ ରୋକି ବର୍ତ୍ତମାନ ବ୍ୟବହାର କରାଯାଇପାରିବ। ଏହି ଜଳ ମଧୋପୁର ହେଡୱର୍କ୍ସ ଦେଇ ପାକିସ୍ତାନକୁ ପ୍ରବାହିତ ହେଉଥିଲା।  ଏହି ପ୍ରକଳ୍ପ ୨୦୨୨ରେ ଏହି ସର୍ମ୍ପୂଣ୍ଣ ହେବ। ଏହା ଦ୍ୱାରା ପଞ୍ଜାବ ସହିତ ଜାମ୍ମୁ ଓ କାଶ୍ମୀରର ଚାଷୀମାନଙ୍କର ଜଳସେଚନ କ୍ଷମତା ବଢ଼ିବ ।

୨,୨୮୫ କୋଟିର ଏହି ପ୍ରକଳ୍ପର ଯୋଜନା ୧୭ବର୍ଷ ପୂର୍ବେ ହୋଇଥିଲେ ହେଁ  ଅର୍ଥାଭାବରୁ ରାଜ୍ୟ ସରକାର ଯୋଜନା କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତ ନଥିଲେ । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ୪୮୫ କୋଟି(ଜଳସେଚନ ସ୍ଥାନ ପାଇଁ) ଦେବେ । ଏହି ପ୍ରକଳ୍ପ ୨୦୧୮-୧୯ ରୁ ଆରମ୍ଭ ହୋଇ ୨୦୨୨-୨୩ରେ ଶେଷ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ ନିଷ୍ପତି ନିଆଯାଇଛି। 

କେନ୍ଦ୍ର ସରକାର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ନଦୀ ଜଳ ବୁଝାମଣାର ପ୍ରାବଧାନକୁ ଧ୍ୟାନରେ ରଖି ଏହି ବନ୍ଧ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି ।୧୯୬୦ରେ ହୋଇଥିବା ବୁଝାମଣାରେ ଭାରତକୁ ତିନୋଟି ନଦୀ ରବି, ବ୍ୟାସ ଓ ସତଲେଜର ଜଳ ବ୍ୟବହାର କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ଏହି ପରିଯୋଜନା ସମାପ୍ତି ହେବା ଦ୍ୱାରା ପଞ୍ଜାବର ୫୦୦୦ ଓ ଜାମ୍ମୁ-କାଶ୍ମୀରର ୩୨,୧୭୩ ହେକ୍ଟର ଜମିରେ ଜଳସେଚନ ସମ୍ଭବ ହୋଇପାରିବ। 

ଏହି ଯୋଜନା ମାଧ୍ୟମରେ ପଞ୍ଜାବ ୨୦୬ ମେଗାୱାଟର ହାଇଡ୍ରୋ ପାୱାର ସୃଷ୍ଟି ହୋଇପାରିବ । ୨୦୦୧ ନଭେମ୍ବରରେ (ବର୍ତ୍ତମାନ ନୀତି ଆୟୋଗ) ଏହି ପ୍ରକଳ୍ପକୁ ପ୍ରାରମ୍ଭିକ ସୀକୃତି ଦେଇଥିଲେ ।  ଏହି ପ୍ରକଳ୍ପ ସଂଶୋଧିତ ବଜେଟକୁ ୨୦୦୯ରେ ଜଳ ସମ୍ବଳ ମନ୍ତ୍ରାଳୟର ପରାମର୍ଶ କମିଟିରୁ ୨୦୦୯ ଅଗଷ୍ଟରେ ଅନୁମୋଦନ ମିଳିଯାଇଥିଲା ।  

Subscribe

National International State Sports Entertainment