Home >
ନୂତନ ମୁଖପାତ୍ରଙ୍କୁ ନିଯୁକ୍ତି ଦେଲା ସିବିଆଇ, ବଦଳି ହେଲେ ୪ ଯୁଗ୍ମ ନିର୍ଦ୍ଦେଶକ
Khabar Odisha:CBI-appoints-new-spokesperson-transfers-4-Joint-Directors

ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡ଼ିଶା): ବରିଷ୍ଠ ଭାରତୀୟ ସୂଚନା ସେବା ଅଧିକାରୀ ନିତିନ ୱାକନକର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂତନ ମୁଖ୍ୟ ସୂଚନା ଅଧିକାରୀ ତଥା ମୁଖପାତ୍ର ହେବେ । ଅଭିଷେକ ଦୟାଲଙ୍କୁ ପ୍ରକାଶନ ବିଭାଗକୁ ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ନିତିନ ୱାକନକରଙ୍କୁ ନିଯୁକ୍ତି ମିଳିଛି । ଚୟନ କମିଟି ଦ୍ୱାରା ବିଭାଗର ନିର୍ଦ୍ଦେଶକ ପଦୁର ଆଲୋକ ବର୍ମାଙ୍କୁ ବାହାର କରାଯିବା ପରେ ଏହି ପରିବର୍ତ୍ତନ କରାଯାଇଛି । 

ନିଜର ଚାକିରି କାଳରେ ୱାକନକର ରାଷ୍ଟ୍ରପତି ଭବନ, ମୁମ୍ବାଇସ୍ଥିତ ପ୍ରତିରକ୍ଷା ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେବା ଦେଇଛନ୍ତି । ଆଇଆଇଏସ ଅଧିକାରୀ ଦୟାଲ ବିଗତ ୪ ମାସ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି । ଦୟାଲଙ୍କୁ ପ୍ରକାଶନ ବିଭାଗକୁ ବଦଳି କରାଯାଇଛି । ସେ ୩ ବର୍ଷ ପାଇଁ ୨୦୧୭ରେ ସିବିଆଇକୁ ବଦଳି ହୋଇଥିଲେ ।  ପୁର୍ବରୁ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଗୃହ ମନ୍ତ୍ରାଳୟ, କଲମ୍ବୋରେ ଆକାଶବାଣୀର ପ୍ରତିନିଧି ଥିଲେ । 

ଅନ୍ତରୀଣ ସିବିଆଇ ନିର୍ଦ୍ଦେଶକ ନାଗେଶ୍ୱର ରାଓ ୪ ଜଣ ଯୁଗ୍ମ ନିର୍ଦ୍ଦେଶକଙ୍କ ବଦଳି ପାଇଁ ଆଦେଶ ଦେଇଛନ୍ତି । ଯୁଗ୍ମ ନିର୍ଦ୍ଦେଶକ ଲଖନଉ ଜି.କେ ଗୋସ୍ୱାମୀ ଆଣ୍ଟି କରପଶନ ବ୍ୟୁରୋ ଦାୟିତ୍ୱ ନେଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ବ୍ୟାଙ୍କିଙ୍ଗ ସିକ୍ୟୁରିଟି ଆଣ୍ଡ ଫ୍ରଡ ସରଦ ଅଗ୍ରୱାଲଙ୍କୁ ଲଖନଉ ପଠାଯାଇଛି । ସେହିଭଳି ଯୁଗ୍ମ ନିର୍ଦ୍ଦେଶକ ଚେନ୍ନାଇ ପ୍ରବୀଣ ସିହ୍ନାଙ୍କୁ ଦିଲ୍ଲୀ ଅଣାଯାଇଛି । ତାଙ୍କୁ ବିଏସଏଫରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଯୁଗ୍ମ ନିର୍ଦ୍ଦେଶକ ମୁମ୍ବାଇ ଅମ୍ରିତ ମୋହନ ପ୍ରସାଦଙ୍କୁ ଚେନ୍ନାଇରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । 

 

  • Tags:

Subscribe

National International State Sports Entertainment