Home >
ବ୍ଲାକରୋଜ ଓ ଚିଟଫଣ୍ଡ ପ୍ରସଙ୍ଗରେ ବିଷ ଓଗାଳିଲେ ଦାମ...ଶାସକ ଦଳର ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଛି, ମୁଖ୍ୟମନ୍ତ୍ରୀଙ୍କ ନୀରବତା ଉପରେ ଉଠାଇଲେ ପ୍ରଶ୍ନ
Khabar Odisha:Black-rose-Ship-Row--damodor-Rout
ଭୁବନେଶ୍ୱର, ୦୯ ନଭେମ୍ବର (ଖବର ଓଡିଶା):

ରାଜ୍ୟରେ ହୋଇଥିବା ୨୦ ହଜାର କୋଟିଟଙ୍କାର ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ଓ ବ୍ଲାକରୋଜ ଜାହଜ ପ୍ରସଙ୍ଗରେ ତଦନ୍ତର ଶୀଥିଳତାକୁ ନେଇ ବିଷ ଓଗାଳିଛନ୍ତି ପାରାଦ୍ୱୀପ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ  । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ  ଉଠାଇବା ସହ ଶାସକ ଦଳର ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାପାଇଁ କାମ ହେଉଥିବାର ଅଭିଯୋଗ ଆଣିଛନ୍ତି ଦାମ  । ଏପରିକି ତଦନ୍ତକାରୀ ସଂସ୍ଥା ସିବିଆଇ ଓଡିଶାରେ ବିଚିତ୍ର ଭୂମିକା ନେଇଛି ବୋଲି ସେ ଉଲେଖ କରିଛନ୍ତି  ।

ବ୍ଲାକରୋଜ ଜାହଜ ବୁଡି ପ୍ରସଙ୍ଗରେ  ଶାସକ ଦଳର ଜଣେ ପାରିବାର ବିଧାୟକ, ତାଙ୍କର ଭାଇ, ତାଙ୍କର ସମ୍ପର୍କୀୟ ସାଂସଦ ସମ୍ପୃକ୍ତି ଥିବା ନେଇ ସାଧାରଣରେ ଲୋକେ ଆଲୋଚନା କରୁଥିବା ବେଳେ ସିବିଆଇ ଅଫିସର ମାନେ ତୁଣ୍ଡ ଖୋଲୁନାହାନ୍ତି ବୋଲି ସମ୍ପାଦକୀୟ ଲେଖା ମାଧ୍ୟମରେ ନିଜର ମତ ଉପସ୍ଥାପନ କରିଛନ୍ତି ବିଜେଡିର ପୁରୁଣା ତୁଣ୍ଡ ତଥା ବିଜେଡି ଛାଡିଥିବା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ  ।

ଏକ ଦୈନିକ ସମ୍ବାଦପତ୍ରରେ ଓଡିଶାରେ ସିବିଆଇ ତଦନ୍ତରେ ଦ୍ୱନ୍ଧ, କେନ୍ଦ୍ର ଏବଂ ରାଜ୍ୟ କୋଳାକୋଳି ଗନ୍ଧ ଶୀର୍ଷକ ଲେଖାରେ ଅନୁଭବରୁ ଅନୁଭୂତି, ସେଦିନରୁ ଆଜି ଯାଏଁ ଶୀର୍ଷକ ଲେଖାରେ ଚିଟଫଣ୍ଡ, ଖଣି ଦୁର୍ନୀତି ଓ ବ୍ଲାକରୋଜ ପ୍ରସଙ୍ଗରେ ବିସ୍ତୁତ ଭାବେ ଲେଖି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି ଶ୍ରୀ ରାଉତ  । ବିଧାୟକ ଶ୍ରୀ ରାଉତ ଏନେଇ କୌଣସି ନେତାଙ୍କ ନାମ ନେଇଥିବା ବେଳେ ଯାଜପୁରର ବିଧାୟକ ଓ ବାଲେଶ୍ୱରରେ ସାଂସଦ ଅଭିଯୁକ୍ତ ଥିବା ନେଇ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅନେକଥର ଅଭିଯୋଗ କରିଛନ୍ତି  ।

Subscribe

National International State Sports Entertainment