Home >
ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗ: ବିଜେଡି-ବିଜେପି କୋଳାକୋଳି ସ୍ପଷ୍ଟ ହୋଇଛି - ନିରଞ୍ଜନ
Khabar Odisha:BJD-Support-NDAs-Candidate-Odisha-Congress-Niranjan-Pattnaik-again-talks-about-BJD-and-BJP
ଭୁବନେଶ୍ୱର, ୧୦ ଅଗଷ୍ଟ (ଖବର ଓଡ଼ିଶା):

ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ନିର୍ବାଚନରେ ବିଜେଡିର ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ପୁଣି ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବିଜେଡିର ସମର୍ଥନରୁ ବିଜେଡି-ବିଜେପି କୋଳାକୋଳି ସ୍ପଷ୍ଟ ହୋଇଛି । ସଂସଦରେ ବିଲ୍ ଆଗତ ଠାରୁ ନେଇ , ଅନାସ୍ଥା ପ୍ରସ୍ତାବ , ରାଷ୍ଟ୍ରପତି ନିର୍ବାଚନ , ଜିଏସଟି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବିଜେଡି ଏନଡିଏକୁ ସମର୍ଥନ କରିଛି । ବିଜେପି ଠାରୁ ସମ ଦୂରତା ବଜାୟ ରଖୁଛୁ ବୋଲି ବିଜେଡି କହୁଥିବା ମିଛ ଏବେ ପଦାରେ ପଡିଛି ବୋଲି ଶ୍ରୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ୨ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍ ଯଦି ପ୍ରକୃତରେ ଓଡିଶାର ବିକାଶ ଚାହୁଁଥାନ୍ତି ତେବେ ସେମାନେ କଂଗ୍ରେସ ସହ ହାତ ମିଳାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୯ ନିର୍ବାଚନରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ୧୨୦ ମିଶନ୍ କଥା କହୁଥିବା ବେଳେ ବିଜେଡି - ବିଜେପି କିନ୍ତୁ ୪୨୦ର ଯୌଥ ରାଜନୀତି ଚଳାଇଛନ୍ତି । ଭୋଟ୍ ହାତେଇବା ପାଇଁ ଉଭୟ ଦଳ ପରସ୍ପରକୁ ଲୋକଦେଖାଣିଆ ଆରୋପ ପ୍ରତ୍ୟାରୋପ ଚଳାଇଛନ୍ତି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ସେମାନେ ଭାଗୁଆଳି ଭାବେ ଶାସନ ଚଳାଇଥିଲେ । ଶାସନ କ୍ଷେତ୍ରରେ ହାତ ଛାଡିଥିଲେ ମଧ୍ୟ ହୃଦୟ ଭିତରୁ ସେମାନେ ପରସ୍ପରକୁ ଛାଡି ନାହାନ୍ତି । ରାଜ୍ୟ ବିଜେପି ନବୀନଙ୍କୁ ସମାଲୋଚନା କରୁଥିବା ବେଳେ ମୋଦି କିମ୍ବା ଅମିତ୍ ଶାହା କେବେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ନବୀନ ମଧ୍ୟ କେବେ ସିଧାସଳଖ ସମାଲୋଚନା କରିନାହାନ୍ତି । ରାଜ୍ୟର ବିକାଶ କଥ କହି ନବୀନ ଓଡିଶାବାସୀଙ୍କୁ ଭୂତଉଛନ୍ତି । ଓଡିଶାରେ ମହାନଦୀ , ପୋଲାଭରମ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରୁଥିବା ବେଳେ ପ୍ରକୃତରେ ଯେଉଁ ଫୋରମ୍ ରେ ଏହି ପ୍ରସଙ୍ଗ ଉଠାଇବା କଥା ସେଠି ନୀରବ ରହୁଛନ୍ତି ।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଓଡିଶାର ବିକାଶ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ଶ୍ରୀ ପ୍ରଧାନ ସପ୍ତାହକୁ ୩ ଦିନ ଓଡିଶାକୁ ଆସି ନବୀନଙ୍କ ବିରୋଧରେ କହୁଛନ୍ତି । ଯଦି ପ୍ରକୃତରେ ଉଭୟ କେନ୍ଦ୍ରମନ୍ତ୍ରୀ ଓଡିଶାର ବିକାଶ ଚାହୁଁଥାନ୍ତି ତେବେ ସେମାନେ ବିଜେପି ଛାଡି କଂଗ୍ରେସ ସହ ହାତ ମିଳାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

  • Tags:

Subscribe

National International State Sports Entertainment