Home >
ଅରୁଣାଚଳରେ ବିମାନ ବନ୍ଦର ନିର୍ମାଣକୁ ମୋଦୀ ସରକାର ଦେଲେ ମଂଜୁରୀ, ଚୀନର ହଜିଲା ନିଦ
Khabar Odisha:Arunachal-Pradesh-set-to-have-its-first-airpor

ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ଭାରତର ପୂର୍ବାଂଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟ୍ଟାନଗର ଠାରେ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ମଂଜୁରୀ ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏଥି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀଙ୍କ ଲୋକ କଲ୍ୟାଣ ନିଷ୍ପତ୍ତି ଯୋଗୁଁ ଅରୁଣାଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି। ରାଜ୍ୟର ଏହି  ପ୍ରଥମ ବିମାନ ବନ୍ଦରରେ ୧୦୫୫ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ପିଆଇବି (ପବ୍ଲିକ ଇନଭେଷ୍ଟମେଣ୍ଟ ବୋର୍ଡ) ଦ୍ୱାରା ମଂଜୁରୀ ଦିଆଯାଇଛି। ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ ବିମାନ ବନ୍ଦର ନିର୍ମାଣ ନେଇ ମୋଦୀ ସରକାର ମଂଜୁରୀ ଦେବା ପରେ ଚୀନର ନିଦ ହଜି ଯାଇଛି। 

ଚୀନ ସୀମା ଠାରୁ ଏହି ବିମାନ ବନ୍ଦର ଅଳ୍ପ ଦୂର ହୋଇଥିବାରୁ ସାମରିକ ଗୁରୁତ୍ୱ ବଢ଼ିବ। ଚୀନ ଅରୁଣାଚଳ ପ୍ରଦେଶର କିଛି ଅଂଚଳକୁ ନିଜର ବୋଲି ଦାବି କରୁଛି। ବେଳେ ବେଳେ ଭାରତ ସୀମାରେ ପ୍ରବେଶ କରିଆସୁଛି। ଏଭଳି ପରିସ୍ଥିତିରେ ଅରୁଣାଚଳ ପ୍ରଦେଶରେ ବିମାନ ବନ୍ଦର ନିର୍ମାଣ ହେବା ପରେ ଚୀନର ଚିନ୍ତା ବଢ଼ିବା ନିଶ୍ଚିତ। 

ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟୁଇଟ କରି କହିଛନ୍ତି, ଟିମ୍‌ ଅରୁଣାଚଳ ପାଇଁ ଖୁସି ଖବର। ରାଜଧାନୀରେ ନିଜର ବିମାନ ବନ୍ଦର ଅନେକ ଦଶନ୍ଧିର ପୁରୁଣା ସ୍ୱପ୍ନକୁ ପିଆଇବି ମଂଜୁରୀ ଦେଇଛି। ଏହି ପ୍ରକଳ୍ପରେ ୧୦୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପକୁ ସଫଳ ରୂପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି। 

ସୂଚନାଯୋଗ୍ୟ ମୋଦୀ ସରକାର ପୂର୍ବାଂଚଳର ଉନ୍ନତି ପାଇଁ ସବୁ ବେଳେ ସ୍ୱପ୍ନ ଦେଖୁଛନ୍ତି। ନିକଟରେ ସେ ଆସାମରୁ ଅରୁଣଚଳ ଯୋଡୁଥିବା ବୋଗିବିଲ ବ୍ରିଜ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ମୋଦୀ ଚଳିତ ମାସରେ ଶିଳାନ୍ୟାସ କରିବେ। 

  • Tags:

Subscribe

National International State Sports Entertainment