Home >
ଜମ୍ମୁ କଶ୍ମୀର: କୁଲଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
Khabar Odisha:Al-Badr-terrorist-and-IED-expert-Zeenat-ul-Islam-killed-in-Kulgam-encounter

ଶ୍ରୀନଗର, ଜାନୁଆରୀ ୧୩ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀର ଯବାନମାନେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୀନ୍ନତ ଉଲ-ଇସଲାମ ବୋଲି ପରିଚୟ ମିଳିଛି । 

ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, କୁଲଗାମ ଜିଲ୍ଲାର କାଟପୋରା ଅଂଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ସଂପର୍କରେ ସୂଚନା ମିଳିବା ପରେ ଶନିବାର ସନ୍ଧ୍ୟାରେ ସୁରକ୍ଷାବାହିନୀର ଯବାନମାନେ ଘେରାବନ୍ଦୀ ଏବଂ ତଲାସି ଅଭିଯାନ ଆରମ୍ଭ କରିଥିଲେ । 

ଅପରେସନ ସମୟରେ ୨ ଜଣ ଆତଙ୍କବାଦୀ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି କରିଥିଲେ । ଜବାବରେ ସେମାନେ ସୁରକ୍ଷାବାହିନୀଙ୍କ ଗୁଳିରେ ଜୀବନ ହାରିଛନ୍ତି । ଜମ୍ମୁ କଶ୍ମୀର ପୋଲିସର ଜଣେ ମୁଖପାତ୍ର କହିଛନ୍ତି, ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ନିହତ ହେବା ପରେ ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକ ଏବଂ ଗୁଳି ଜବତକରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୀନ୍ନତ ଉଲ-ଇସଲାମ ବୋଲି ପରିଚୟ ମିଳିଛି । ଦ୍ୱିତୀୟ ଆତଙ୍କବାଦୀ ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ । 

 

  • Tags:

Subscribe

National International State Sports Entertainment