Home >
ପ୍ରତିବନ୍ଧକ ଲାଗୁ ହେବା ପୂର୍ବରୁ ଇରାନଠୁ ତୈଳ ଆମଦାନୀ ହ୍ରାସ କଲା ଭାରତ
Khabar Odisha:ahead-of-us-sanctions-indias-iran-oil-purchases-to-cut-by-nearly-half
ନୂଆଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ଭାରତର ତୈଳ କମ୍ପାନୀ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଇରାନଠୁ ମାସିକ ତୈଳ ଆମଦାନୀରେ ହ୍ରାସ କରିବା ଆରମ୍ଭ କରି ଦେଇଛନ୍ତି। ବର୍ଷର ପ୍ରାରମ୍ଭରେ ଭାରତ ଯେଉଁ ପରିମାଣରେ ତୈଳ ଆମଦାନୀ କରୁଥିଲା ତାହା ଏବେ ଅଧାକୁ ଚାଲି ଆସିଛି। ଏହାର କାରଣ ନଭେମ୍ବର ମାସରେ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ଲାଗୁ ହେବାକୁ ଯାଉଛି ଏବଂ ଏହି ସମୟରେ  ଟ୍ରମ୍ପ ପ୍ରଶାସନର ଅଫରର ଫାଇଦା ଉଠାଇବା ପାଇଁ ଭାରତ ପାଖରେ ସୁଯୋଗ ରହିଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ଇରାନରୁ ତୈଳ ଆମଦାନୀ ୨ କୋଟି ୪୦ ଲକ୍ଷ ବ୍ୟାରେଲ ହ୍ରାସ ପାଇବ। 

ଉଲ୍ଲେଖଯୋଗ୍ୟ ଦୁନିଆର ଶକ୍ତିଶାଳୀ ଦେଶ ସହିତ ୨୦୧୫ରେ ହୋଇଥିବା ନ୍ୟୁକ୍ଲିୟର ଡିଲରୁ ଇରାନ ହଟିବା ପରେ ଆମେରିକା ଇରାନ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଛି। ଏହା ପୂର୍ବରୁ ଅଗଷ୍ଟ ୬ରେ ଓ୍ଵାଶିଂଟନ ଇରାନ ଉପରେ କିଛି  ବୀତ୍ତିୟ ପ୍ରତିବନ୍ଧକ ଲାଗୁ କରି ସାରିଛି। ଏହା ସହିତ ଇରାନର ପେଟ୍ରୋଲିୟମ ସେକ୍ଟରକୁ ପ୍ରଭାବିତ କରିବା ପାଇଁ ଆମେରିକା ଲଗାଇଥିବା ପ୍ରତିବନ୍ଧକ ନଭେମ୍ବର ୪ରୁ ଆରମ୍ଭ ହେଉଛି। 

ଚୀନ ପରେ ଭାରତ ଦ୍ଵିତୀୟ ବଡ଼ ଦେଶ ଭାବେ ଇରାନଠୁ ଅଶୋଧିତ ତୈଳ ଆମଦାୀ କରିଥାଏ। ଭାରତ ଆମେରିକା ପ୍ରତିବନ୍ଧକକୁ ଅଧିକ ମହତ୍ଵ ଦିଏ ନାହିଁ ମାତ୍ର ଓ୍ଵାଶିଂଟନ ପକ୍ଷରୁ ମିଳୁଥିବା ଅଫରକୁ ଆପଣେଇବା ସହିତ ଆମେରିକା ଓ ଇରାନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ଭାରତ ଚେଷ୍ଟା କରୁଛି। ଏହା ଫଳରେ ଭାରତ ଆମେରିକାଠାରେ ନିଜର ହିତକୁ ସଂରକ୍ଷିତ ରଖି ପାରିବ। 

ଏଠାରେ କହି ରଖୁଛୁ ଯେ ଟ୍ରମ୍ପ ପ୍ରଶାସନ କହିଥିଲେ ଯେ ସେ ଭାରତ ପରି କିଛି ଦେଶକୁ ଇରାନଠୁ ତୈଳ ଆମଦାନୀ ଉପରେ କିଛିଟା କୋହଳ ଦେଇପାରେ, ମାତ୍ର ଏବେ ଭାରତକୁ ଇରାନଠୁ ତୈଳ ଆମଦାନୀ ହ୍ରାସ କରିବାକୁ ପଡ଼ିବ। ଅପର ପକ୍ଷେ ଭାରତକୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ ଯେ ଇରାନ ଭାରତକୁ କିଛି ଡିସକାଉଣ୍ଟରେ ତୈଳ ରପ୍ତାନୀ କରୁଛି। ଏହି ସବୁ ଦିଗକୁ ଧ୍ୟାନରେ ରଖି ଭାରତ ଇରାନଠୁ ତୈଳ ଆମଦାନୀ ଜାରି ରଖି ପୂର୍ବାପେକ୍ଷା କିଛିଟା ହ୍ରାସ କରିବାକୁ ପଡ଼ିଛି।

  • Tags:

Subscribe

National International State Sports Entertainment