Home >
ପୋଷ୍ୟ କଲେ ଇଞ୍ଜିନିୟର ଦମ୍ପତ୍ତି : ବୋରିଗୁମ୍ମା ଜଙ୍ଗଲରୁ ଉଦ୍ଧାର ଶିଶୁ ଶ୍ରୀୟା ପାଇଲା ନୁଆ ପରିବାର
Khabar Odisha:Adaptation-process-start-rescued-girl-sriya-got-nem-family
କୋରାପୁଟ,ଜାନୁଆରୀ ୧୩(ଖବର ଓଡ଼ିଶା) : ବୋରିଗୁମ୍ନା ଜଙ୍ଗଲରେ ଶିଶୁ କନ୍ୟା ଶ୍ରୀୟା ଲିଭିଯାଇଥିବା ହସ ପୁଣି ଫେରିଆସିଛି । ନିଜ ମାର ଶବ ନିକଟରେ କାନ୍ଦି କାନ୍ଦି ଅସୁସ୍ଥ ହୋଇପଡ଼ିଥିବା କୁନି ଝିଅଟିକୁ ମିଳିଛି ନୂଆ ପରିବାର । କେବଳ ମା ନୁହେଁ । ବାପା, ମା ଉଭୟ ମିଳିଯାଇଛି ।

ଶ୍ରୀୟାକୁ ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଇଛନ୍ତି ହାଇଦ୍ରାବାଦର ଏକ ଇଞ୍ଜିନିୟର ଦମ୍ପତ୍ତି । ଶୁକ୍ରବାର ସମସ୍ତ କାଗଜପତ୍ର ପ୍ରକ୍ରିୟା ସରିବା ପରେ କୋରାପୁଟ ଉପଜିଲ୍ଲାପାଳ ଶ୍ରୀୟାକୁ ତାର ନୁଆ ପରିବାରକୁ ହସ୍ତାନ୍ତର କରିଛନ୍ତି । ନିୟମ ଅନୁସାରେ କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ ଶ୍ରୀୟାକୁ ୨ ମାସ ପାଇଁ ଅସ୍ଥାୟୀ ଭାବେ ହସ୍ତାନ୍ତର କରିଥିବା କୁହାଯାଉଛି । ପୋଷ୍ୟ ସନ୍ତାନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ୨ମାସ ପରେ ଗ୍ରହଣ କରାଯିବ ।

ଗତ ଜୁଲାଇ ୧୧ରେ ଶ୍ରୀୟାକୁ ବିପଦସଙ୍କୁଳ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବୋରିଗୁମ୍ମା ଜଙ୍ଗଲରେ ମାର ଶବ ନିକଟରେ ସାରା ରାତି କାନ୍ଦି କାନ୍ଦି ଅସୁସ୍ଥ ହୋଇପଡ଼ିଥିଲା । କେହି ଦୁବୃତ୍ତ ତା ମାକୁ ହତ୍ୟା କରି ଏହି ଜଙ୍ଗଲରେ ଫିଙ୍ଗି ଦେଇ ଯାଇଥିଲା । ଶ୍ରୀୟାକୁ ପ୍ରଥମେ ବୋରିଗୁମ୍ମା ପରେ କୋରାପୁଟ ଓ ତା ପରେ କଟକରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ଶ୍ରୀୟା ଦଶମନ୍ତପୁର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରହିଥିଲା । ତେଣେ ଶ୍ରୀୟାର ପ୍ରକୃତ ପରିବାରର ଟେର ପାଇ ନଥିଲା ପୋଲିସ । ଏଭଳି ସ୍ଥିତିରେ ଶ୍ରୀୟାର ପରିଚୟ କାରା ୱେବସାଇଟରେ ପ୍ରଦାନ କରାଯାଇ ପୋଷ୍ୟ ସନ୍ତାନ ଚାହୁଁଥିବା ଦମ୍ପତ୍ତି ମାନଙ୍କୁ ଅବଗତି କରାଯାଇଥିଲା । ହାଇଦ୍ରାବାଦର ଏହି ଦମ୍ପତ୍ତି ଗତ ମାସ ୮ ତାରିଖରେ ଆସି ଶ୍ରୀୟାକୁ ଦେଖି ପସନ୍ଦ କରିଥିଲେ ।

  • Tags:

Subscribe

National International State Sports Entertainment