Home >
କୁମ୍ଭର ସଫାଇକର୍ମୀଙ୍କ ଘରେ ଜନ୍ମନେଲା ‘ପ୍ରୟାଗରାଜ’
Khabar Odisha:A-boy-birth-at-Kumbh-Mela-cleaner-house-named-Prayagraj

ପ୍ରୟାଗରାଜ, ଜାନୁଆରୀ ୧୨ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଗୋଟିଏ ଦିନ ପରେ  କୁମ୍ଭମେଳା ଆରମ୍ଭ ହେବ । ଏହା ପୂର୍ବରୁ ଏଠାରୁ ଏକ ବଡ଼ ଶୁଭ ଖବର ଆସିଛି । ପ୍ରୟାଗରାଜ କୁମ୍ଭମେଳାରେ କାମ କରିବାକୁ ଆସିଥିବା ଏକ  ପରିବାରରେ ପୁତ୍ର ସନ୍ତାନ ଜନ୍ମ ନେଇଛି । ମେଳାର କେନ୍ଦ୍ରୀୟ ହସ୍ପିଟାଲରେ ଜନ୍ମ ନେଇଥିବା ଶିଶୁର ନାମ ତୀର୍ଥରାଜ ନାଁରେ ‘ପ୍ରୟାଗରାଜ’ ରଖାଯାଇଛି । 

କୁମ୍ଭମେଳାର କେନ୍ଦ୍ରୀୟ ହସ୍ପିଟାଲରେ ସଫାଇକର୍ମୀ ଭାବରେ ମୀର୍ଜାପୁର ଜିଲ୍ଲାର ଲାଲଗଂଜ ତହସିଲ ଅଂଚଳର ଗଡ଼ବଡ଼ାଧାମ ନିବାସୀ କଲ୍ଲୁଙ୍କ ପତ୍ନୀ ରଜନୀ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଏହି ଅବସରରେ ପୂରା ପରିବାସ ସମେତ ହସ୍ପିଟାଲରେ ଖୁସିର ବାତାବରଣ ଦେଖାଯାଇଛି । କୁମ୍ଭମେଳାରେ ୧୦୦ ଶର୍ଯ୍ୟାର ଅସ୍ଥାୟୀ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ହସ୍ପିଟାଲରେ ‘ପ୍ରୟାଗରାଜ’ ପ୍ରଥମେ ଜନ୍ମ ନେଇଥିବାରୁ ଏଠାରେ ଅଧିକ ଖୁସି ଦେଖାଯିବା ପରେ ମିଠାଇ ବଣ୍ଟା ଯାଇଛି । 

ପ୍ରୟାଗରାଜ ଜନ୍ମ ନେବା ପରେ ହସ୍ପିଟାଲର ଡାକ୍ତରଙ୍କ ଠାରୁ ନେଇ କର୍ମଚାରୀ ପର୍ଯ୍ୟନ୍ତ କେହି ଦାଦା ହୋଇଯାଇଥିବା ବେଳେ ଆଉ କେହି ଜେଜେ ଆଦି ସଂପର୍କରେ ଯୋଡ଼ି ହୋଇଯାଇଛନ୍ତି । ସମସ୍ତେ ମିଶି ନବଜାତ ପୁତ୍ର ସନ୍ତାନର ନାମ ପ୍ରୟାଗରାଜ ରଖିଛନ୍ତି । 

କୁମ୍ଭ କେନ୍ଦ୍ରୀୟ ଚିକିତ୍ସାଳୟର ଡାକ୍ତର ଶକ୍ତି ଦୁବେ କହିଛନ୍ତି, ସଫାଇକର୍ମଚାରୀ କଲ୍ଲୁ ଓ ତାଙ୍କ ସ୍ତ୍ରୀ ରଜନୀ କୁମ୍ଭରେ ଡ୍ୟୁଟି କରିବାକୁ ଏଠାକୁ ପହଂଚିଥିଲେ । ଅଚାନକ ରଜନୀଙ୍କ ପ୍ରସବ ଜନୀତ ପୀଡ଼ା ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କି ସେ କିଛି ସମୟ ପରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । 

 

  • Tags:

Subscribe

National International State Sports Entertainment