Home >
ପୋଖରିକୁ ବସ ଖସିବାରୁ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ
Khabar Odisha: 7-killed-after-KSRTC-bus-falls-into-pond

ବାଙ୍ଗାଲୁରୁ, ଜାନୁଆରୀ ୧୩ (ଖବର ଓଡ଼ିଶା): କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ ରାସ୍ତାକଡ଼ରେ ଥିବା ଏକ ପୋଖରିକୁ ଖସିପଡ଼ିବାରୁ ଶନିବାର ସକାଳୁ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାସନ ଜିଲ୍ଲାର କାରେକେରେ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । 

କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଭୋର ସକାଳ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ଚାଳକ ଭାରସାମ୍ୟ ହରାଇବାରୁ ସଡ଼କ ପାଶ୍ୱର୍ରେ ଥିବା ପୋଖରି ଭିତରୁକୁ ବସଟି ଗଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ହସ୍ପିଟାଲ ନିଆଯାଉଥିବା ବେଳେ ଅନ୍ୟ ୨ଜଣଙ୍କର ମୃତ୍ୟୁ ଘଟିଛି । 

ଦୁର୍ଘଟଣାଗ୍ରସ୍ତ  ବାଙ୍ଗାଲୁରୁ-ଧମସ୍ଥଳ ଭୋଲଭୋ ବସ(କେଏ ୦୧ଏଫ ୮୫୧୩) ଶୁକ୍ରବାର ରାତି ୧୧ଟା ୪୪ରେ ଛାଡ଼ିଥିଲା । ଏଥିରେ ୪୩ଜଣ ଯାତ୍ରୀ ଥିଲେ । 

 

Subscribe

National International State Sports Entertainment