Home >
ଅନୁପ୍ରବେଶ ପାଇଁ ଚାହିଁ ରହିଛନ୍ତି ୩୦୦ ପାକିସ୍ତାନୀ ଆତଙ୍କୀ: ସେନା
Khabar Odisha:300-terrorists-from-pakistan-to-infiltrate-into-india-army

ନୂଆଦିଲ୍ଲୀ,ଫେବୃଆରୀ୧୪(ଖବର ଓଡ଼ିଶା): ସେନା କହିଛନ୍ତି ଯେ ପାକିସ୍ତାନରେ ୩୦୦ ରୁ ଅଧିକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ନିୟନ୍ତ୍ରଣ ରେଖା ଉପରେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଛନ୍ତି।  ସେନା କହିଛନ୍ତି ଯେ ପାକିସ୍ତାନୀ ସେନା ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣ ଯୋଜନାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। 

ଲେଫ୍ଟନାଣ୍ଟ ଜେନେରାଲ ଦେବରାଜ ଅନବୁ ସେନାର ଉତ୍ତର କମାଣ୍ଡର ଉଧମପୁର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ  ପିର ପଞ୍ଜାଲର ଦକ୍ଷିଣରେ ୧୮୫ ରୁ ୨୦୦ ଆତଙ୍କବାଦୀ ଏବଂ ଉତ୍ତରରେ ୧୯୦ ରୁ ୨୨୫ ଆତଙ୍କୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଜାମ୍ମୁ  ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣ କରିବା ଯୋଜନାରେ ସିଧା ସଳଖ ହସ୍ତକ୍ଷେପ କରୁଛି। ଜାମ୍ମୁ ଓ କାଶ୍ମୀରରେ ସୁଞ୍ଜଓ୍ଵାନ ସେନା ଶିବିର ଉପରେ ଆତଙ୍କୀ ଆକ୍ରମଣ ବିରୋଧରେ ଭାରତର କାର୍ୟ୍ୟାନୁଷ୍ଠାନ ଉପରେ ଅନବୁ କହିଛନ୍ତି ଯେ ଏଲଓସିରେ ଚାଲିଥିବା ଗତିବିଧି ବହୁତ ଚ୍ୟାଲେଞ୍ଜିଂପୂର୍ଣ୍ଣ ରହିଛି। 

ଆମେ ନିଜର ରଣନୀତି ତିଆରି କରୁଛୁ ଏବଂ ଏହା ଉପରେ କାମ କରୁଛୁ। ପାକିସ୍ତାନ ଦ୍ଵାରା ହେଉଥିବା ଅସ୍ତ୍ର ବିରତି ଉଲ୍ଲଙ୍ଘନରେ ଭାରତୀୟ ସେନାର କାର୍ୟ୍ୟାନୁଷ୍ଠାନରେ ୧୯୨  ପାକିସ୍ତାନୀ ସେନା ନିହତ ହୋଇଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଅନବୁ କହିଛନ୍ତି। 

  • Tags:

Subscribe

National International State Sports Entertainment