Home >
ତାମିଲନାଡୁ ଚାଲାଣ ବେଳେ ୧୨ ଯୁବତୀ ଉଦ୍ଧାର: ଦଲାଲ ଅଟକ
Khabar Odisha: 12-girls-rescued-from-Nabarangpur-during-trafficking

ନବରଙ୍ଗପୁର, ସେପ୍ଟେମ୍ବର ୧୪(ଖବର ଓଡ଼ିଶା): ନବରଙ୍ଗୁପରରୁ ତାମିଲନାଡ଼ୁକୁ ଚାଲାଣ ବେଳେ ୧୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଯୁବତୀଙ୍କ ମଧ୍ୟରେ ୬ ଜଣ ନାବାଳିକା ରହିଛନ୍ତି । ଚାଲାଣ କରୁଥିବା ଦଲାଲକୁ ମଧ୍ୟ ପୋଳିସ ଅଟକ ରଖିଛି । ଦଲାଲ ଜଣକ ହେଉଛନ୍ତି ତପନ ।
 
ଏକ ସରକାରୀ ବସ ଯୋଗେ ଏହି ଯୁବତୀମାନଙ୍କୁ ବିଶାଖାପାଟଣାକୁ ନିଆଯାଉଥିଲା । ସେଠାରୁ ତାଙ୍କୁ ତାମିଲନାଡୁର ସିରିପୁରକୁ ପଠାଯାଇଥାଆନ୍ତା । ତାମିଲନାଡ଼ୁ ଏକ ଘରୋଇ କାର୍ଯ୍ୟରେ ଯୁବତୀ ମାନଙ୍କୁ ନିୟୋଜିତ କରାଯାଇଥାଆନ୍ତା ବୋଲି ଜଣାପଡ଼ିଛି । ସେପଟେ ଦଲାଲକୁ ପୋଲିସ ଜେରା କରୁଛି । ଏ ଯୁବତୀଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ପାଖରେ ସୂଚନା ଅଛି କି ନାହିଁ ସେ ନେଇ ପଚରାଉଚରା କରାଯାଉଛି । 

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments