ପ୍ରାକ୍‌ ନିର୍ବାଚନୀ ହିଂସା: ନୀଳଗିରି କଲେଜରେ ସାଇନ୍‌-ଡାଏ, ମଧୁସୂଦନ ଲ’ କଲେଜ ନିର୍ବାଚନ ବାତିଲ
Khabar Odisha:sine-die-at-nilgiri-college
ବାଲେଶ୍ୱର, ଅକ୍ଟୋବର ୧ (ଖବର ଓଡ଼ିଶା):

ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ ହୋଇଛି କଲେଜ କ୍ୟାମ୍ପସ୍‌ । ସମସ୍ତ ଛାତ୍ର ଦଳ ଗୁଡ଼ିକ ନିଜର ପ୍ରାର୍ଥୀ ଚୟନ କରିସାରିଥିବା ବେଳେ ପ୍ରଚାର ମଧ୍ୟ ଆରମ୍ଭ ହୋଇଯାଇଛି । ଛାତ୍ର ସଂସଦ ନିର୍ବାଚନୀ ନେଇ ଆଜି ସମସ୍ତ କଲେଜରେ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିପାଇଁ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଅଛନ୍ତି । କେତେକ କଲେଜରେ ବିଶୃଙ୍ଖଳା ପାଇଁ ନିର୍ବାଚନ ବାତିଲ କରାଯାଇଥିବା ବେଳେ ଆଜି ମଧ୍ୟ ରାଜ୍ୟର କିଛି କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବାଲେଶ୍ୱର ନୀଳଗିରି କଲେଜରେ ସାଇନ୍‌-ଏ-ଡାଏ ଘୋଷଣା ହୋଇଛି । ଅନ୍ୟପକ୍ଷରେ ବସ୍ତା ଜାମୁଶୁଳୀ ଏଲ୍‌.ଏନ୍‌ କଲେଜରେ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସେହିପରି କଟକ ମଧୁସୂଦନ କଲେଜରେ ନିର୍ବାଚନ ମଧ୍ୟ ବାତିଲ ହୋଇଛି । 

  • ବସ୍ତା ଜାମୁଶୁଳୀ ଏଲ୍‌.ଏନ୍‌ କଲେଜରେ ଗୋଷ୍ଠୀ ସଂଘର୍ଷ
  • କଟକ ମଧୁସୂଦନ ଲ’ କଲେଜ ନିର୍ବାଚନ ବାତିଲ 

 ନୀଳଗିରି କଲେଜ ପରିସରରେ ଆଜି ବୋମାମାଡ଼ ହୋଇଛି । କେଉଁ ଗୋଷ୍ଠୀ ବୋମା ମାଡ଼ କରିଛନ୍ତି ତାହା ଜଣାପଡ଼ି ନାହିଁ । କିନ୍ତୁ କଲେଜ କର୍ତ୍ତୃପକ୍ଷ କଲେଜରେ ସାଇନ୍‌ ଡାଏ ଘୋଷଣା କରିଛନ୍ତି । କଲେଜରେ ଆତଙ୍କ ଖେଳିଯାଇଥିବା ବେଳେ କଲେଜକୁ ଛୁଟି କରିଦିଆଯାଇଛି । କଲେଜ ଅଧ୍ୟକ୍ଷ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବାବେଳେ କ୍ୟାମ୍ପସ୍‌ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସେପଟେ  ବସ୍ତା ଜାମୁଶୁଳୀ ଏଲ୍‌.ଏନ୍‌ କଲେଜରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବସ୍ତା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ନିର୍ବାଚନ ମଧ୍ୟ ବାତିଲ ହୋଇଛି । କଲେଜରେ ବିଶୃଙ୍ଖଳା ଜାରି ରହିଥିବାରୁ ନିର୍ବାଚନ ବାତିଲ କରିବାକୁ ଷ୍ଟାଫ୍‌ କାଉନସେଲିଂ ବୈଠକରେ ନିଷ୍ପତ୍ତି ହୋଇଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୩ ତାରିଖରେ ନାମାଙ୍କନ ଦାଖଲ ଓ ଯାଞ୍ଚ, ୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଓ ପ୍ରତ୍ୟାହାର, ୧୦ ତାରିଖରେ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ’ ଅନୁଷ୍ଠିତ ହେବ । ଆଗାମୀ ୧୧ ତାରିଖରେ ଛାତ୍ରଛାତ୍ରୀମାନେ ନିଜ ନିଜର ପସନ୍ଦ ପ୍ରାଥୀଙ୍କୁ ସପକ୍ଷରେ ମତଦାନ କରିବେ । 

Subscribe

National International State Sports Entertainment