୮ ଦଫା ଦାବି ନେଇ ରେଭେନ୍ସାରେ ଏବିଭିପିର ଧାରଣା
Khabar Odisha:Abvp-worker-stages-dharana-at-ravenshaw
କଟକ, ସେପ୍ଟେମ୍ବର ୧୯(ଖବର ଓଡ଼ିଶା):

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଛାତ୍ର ସଂଗଠନ ପକ୍ଷରୁ ଦ୍ୱିତୀୟ ଦିନରେ ବି ଧାରଣା ଜାରି ରହିଛି । ୮ ଦଫା ଦାବି ନେଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ସଂଗଠନକ କର୍ମକର୍ତ୍ତାମାନେ ଧାରଣାରେ ବସି ରହିଛନ୍ତି । 

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି, ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ, କ୍ୟାମ୍ପସରେ ୱାଇ-ଫାଇ କନେକ୍ସନ, ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି, ହଷ୍ଟେଲରେ ଥିବା ବହୁ ପୁରାତନ ସାମଗ୍ରୀକୁ ହଟାଇବା, ସିସିଟିଭି, କ୍ୟାଣ୍ଟିନ୍‌ ଚାଲୁ କରିବା ଓ ତମାଖୁମୁକ୍ତ ବିଶ୍ୱବିଦ୍ୟାଳୟ କରିବା ଭଳି ଦାବି ନେଇ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସଂଗଠନ ଆନ୍ଦୋଳନ ଜାରି ରଖିବା ନେଇ ସୂଚନା ଦେଇଛି ଏବିଭିପି । 

ପୂର୍ବରୁ ମେ ଓ ଜୁଲାଇ ମାସରେ ୧୮ ଦଫା ଦାବିକୁ ନେଇ ଏବିଭିପି କୁଳପତିଙ୍କୁ ଦାବିପତ୍ର ଦେଇଥିଲା ଓ କୁଳପତି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ପ୍ରତିଶ୍ରୁତି ରକ୍ଷା କରି ନ ଥିବା ସଂଗଠନ ଅଭିଯୋଗ କରିଛି । 

  • Tags:

Subscribe

National International State Sports Entertainment