୨୦ଟି ଅତି ଜରୁରୀ ଅଧିକାର ଯାହା ପ୍ରତ୍ୟେକ ଭାରତୀୟ ଜାଣିବା ଉଚିତ୍
Khabar Odisha:20-Important-Laws-that-every-Indian-Should-be-aware-of

 ଆପଣଙ୍କ ଦୈନନ୍ଦିନ ଜିବନରେ କାମରେ ଆସିଲା ଭଳି ଏମିତି କିଛି ଅଧିକାର ଆମକୁ ମିଳିଛି ଯାହା ସାଧାରଣ ଲୋକ ଏତେ ମାତ୍ରାରେ ଜାଣି ନାହାନ୍ତି । 

୧. ଆପଣମାନେ ଜାଣିବା ଉଚିତ କି ଘରୋଇ ଇନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର ବେଳେ ଦୁର୍ଭାଗ୍ୟ ବସତଃ କୌଣସି ଦୁର୍ଘଟଣା ଘଟି କାହାର ମୃତ୍ୟୁ ଘଟେ କିମ୍ବା ଧନଜୀବନ ହାନୀ ଘଟିଲେ ହିତାଧିକାରୀ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପାଇବାକୁ ହକଦାର ଅଟେ ।


୨. ସରକାରୀ କର୍ମଚାରୀ ମାନେ କୌଣସି ଉପହାର ଗ୍ରହଣ କରିବା ହଣ୍ଡନୀୟ । କୌଣସି ସରକାରୀ ଅଧିକାରୀ ନିର୍ଦ୍ଧିଷ୍ଟ ବ୍ୟକ୍ତି, ଘରୋଇ ସଂସ୍ଥା କିମ୍ବା ବିଦେଶୀ ସଂସ୍ଥା ଠାରୁ ଉପହାର ଗ୍ରହଣ କରିଲେ ଏହାକୁ  ଲାଂଚ ଭାବରେ ଧରାଯାଏ । ଏବଂ ଏହା ଦଣ୍ଡନୀୟ ଅପରାଧ ଅଟେ ।

୩. କେବଳ ମହିଳା ପୋଲିସ ଅଧିକାରୀ ହିଁ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିପାରିବେ ।

୪. ସଂଧ୍ୟା ଛଅଟାରୁ ଦିବା ଛଅଟା ମଧ୍ୟରେ ମହିଳା ଅଭିଯୁକ୍ତଙ୍କୁ ଗିରଫ ବେଆଇନ । ଯଦି କୌଣସି ଗୁରୁତର ଅପରାଧ ହୋଇଥାଏ ତାହାଲେ କେବଳ ମହିଳା ପୋଲିସ ଅଧିକାରୀ ହିଁ ମାଜିଷ୍ଟ୍ରେଟଙ୍କ ଠାରୁ ଲିଖିତ ଅନୁମତି ଆଣି ଅଭିଯୁକ୍ତଙ୍କୁ ଗିରଫ କରିପାରିବେ ।

୫. ମୋଟର ବିହୀନ ଯାନ କୌଣସି ଟ୍ରାଫିକ ନିୟମ ଉଲଂଘନ କରିଲେ ଏହା ଦଣ୍ଡନୀୟ ନୁହେଁ । ସାଇକେଲ କିମ୍ବା ହାତଟଣା ରିକ୍ସା ମୋଟର ଜାନ ଅଧିନିୟମ ଅଧିନରେ ଆସନ୍ତି ନାହିଁ ।

୬. ମହିଳାମାନେ ଘରେ ବସି ଇମେଲ ମାଧ୍ୟମରେ ପୋଲିସ ରେ ଅଭିଯୋଗ ଦାୟର କରିପାରିବେ ।

 


୭. ମହିଳାମାନେ ଯେକୌଣସି ପୋଲିସ ଥାନାରେ (ଅପରାଧ ହୋଇଥିବା ସ୍ଥାନ ନହୋଇଥିଲେ ମଧ୍ୟ) ଅଭିଯୋଗ ଦାୟର କରିପାରିବେ ।

 


୮. ଟ୍ରାଫିକ ନିୟମ ଉଲଂଘନ ପାଇଁ ଯଦି ଆପଣ ଦିନରେ ଥରେ ଫାଇନ ଦେଇଛନ୍ତି ସମାନ ଦିନରେ ସମାନ ଅଭିଯୋଗ ପାଇଁ ଆପଣଙ୍କୁ ଦ୍ୱୀତିୟ ଥର ଫାଇନ ମଗାଯାଇପାରିବ ନାହିଁ ।

୯. ଜଣେ ଗ୍ରାହକ ମୁଲଚାଲ କରି ଲିଖିତ ମୂଲ୍ୟଠାରୁ କମ ମୂଲ୍ୟରେ ସାମଗ୍ରି କିିଣିପାରେ । ମାତ୍ର ଏହାଠାରୁ ଅଧିକ ଦାମ ଦେଇ କିଣିବା ବେଆଇନ ।

 

୧୦. ହିନ୍ଦୁ ପୋଷ୍ୟତା ଗ୍ରହଣ ଓ ପାଳନ ଅଧିନିୟମ ଅନୁଯାୟୀ ଯଦି ଆପଣଙ୍କର ଗୋଟେ ପୁତ୍ର କିମ୍ବା କନ୍ୟା ସନ୍ତାନ ଅଛି ତେବେ ଆପଣ ସମାନ ଲିଙ୍ଗର ଅନ୍ୟ ଏକ ସନ୍ତାନ ପୋଷ୍ୟଭାବେ ଗ୍ରହଣ କରିପାରିବେ ନାହିଁ ।


୧୧. ପୋଷ୍ୟ ସନ୍ତାନ ଏବଂ ପୋଷ୍ୟତା ଗ୍ରହଣ କରିଥିବା ଅଭିଭାବକଙ୍କ ବୟସ ବ୍ୟବଧାନ ସର୍ବନିମ୍ନ ୨୧ ବର୍ଷ ହେବା ଉଚିତ ।

୧୨. ମହିଳା ଓ ଶିଶୁ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଜଣେ ଅବିବାହିତ ପୁରୁଷ ଜଣେ କନ୍ୟା ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ନାହିଁ ।


୧୩. ହିନ୍ଦୁ ପୋଷ୍ୟତା ଗ୍ରହଣ ଓ ପାଳନ ଅଧିନିୟମ ଅନୁଯାୟୀ ଜଣେ ବିବାହିତ ଦମ୍ପତି ସମାନ ଲିଙ୍ଗର ଦୁଇଟି ସନ୍ତାନ ପୋଷ୍ୟଭାବେ ଗ୍ରହଣ କରିପାରିବେ ନାହିଁ ।


୧୪. କୌଣସି ବ୍ୟକ୍ତି ଯେକୌଣସି ହୋଟେଲରୁ ନିଜ ପାଇଁ ଓ ନିଜ ପାଳିତ ପଶୁ ପାଇଁ ମାଗଣାରେ ପାଣି ବ୍ୟବହାର କରିପାରିବ ।

 

୧୫. ଯେକୌଣସି ବ୍ୟକ୍ତି ବିନା ଆପତିରେ କୌଣସି ହୋଟେଲର ସୌଚାଳୟ ବ୍ୟବହାର କରିପାରିବ ।


୧୬. ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ କୌଣସି ଦମ୍ପତି ବିବାହର ୧ ବର୍ଷ ମଧ୍ୟରେ ଛାଡପତ୍ର ପାଇଁ ଆବେଦନ କରିପାରିବେ ନାହିଁ ।

୧୭. ଭାରତୀୟ ଦଣ୍ଡ ସଂହିତାର ଧାରା ୩୯(କ) ଅନୁଯାୟୀ ମହିଳା ଏବଂ ପୁରୁଷଙ୍କୁ ସମାନ କାମ ପାଇଁ ସମାନ ପାଉଣା ଦିଆଯିବ । 


୧୮. ଜଣେ ଗିରଫ ଅଭିଯୁକ୍ତକୁ ୨୪ ଘଂଟା ଠାରୁ ଅଧିକ ସମୟ ଥାନାରେ ଅଟକ ରଖାଯାଇପାରିବ ନାହିଁ । ୨୪ ଘଂଟା ମଧ୍ୟରେ ଅଭିଯୁକ୍ତକୁ ବିଚାରପତିଙ୍କ ସାମ୍ନାରେ ଉପସ୍ଥିତ କରିବାକୁ ପଡିବ ।


୧୯. ଜଣେ ପୋଲିସ ଅଧିକାରୀ ଆପଣଙ୍କ ଅଭିଯୋଗ ଗ୍ରହଣ କରିବାକୁ ନା କହିପାରିବେ ନାହିଁ । ଏଭଳି କରିଲେ ଉକ୍ତ ପୋଲିସଙ୍କୁ ୬ ମାସରୁ ୨ ବର୍ଷର ଜେଲ ଦଣ୍ଡ ମିଳିପାରେ ।


୨୦. ନିୟମ ବିଷୟରେ ଅବଗତ ନଥିବା କାରଣ ଦେଖାଇ କେହିବି ଦଣ୍ଡ ପାଇବାରୁ ବଂଚାଇ ପାରିବ ନାହିଁ । 

  • Tags:

Subscribe

National International State Sports Entertainment