ବଢ଼ୁଛି ନାବାଳିକା ଗର୍ଭବତୀ ଘଟଣା: ପୁଣି ଏକ ଅନାଥ ନାବାଳିକା ଅନ୍ତଃସତ୍ତ୍ୱା
Khabar Odisha:woman-odisha-again-minor-girl-pregnant-in-koraput
କୋରାପୁଟ, ଜାନୁୟାରୀ ୩୦ (ଖବର ଓଡ଼ିଶା):

ରାଜ୍ୟରେ ନାବାଳିକା ଗର୍ଭବତୀ ହେବା ଭଳି ସଙ୍ଗୀନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଭଳି ଘଟଣା ସାମ୍ନାକୁ ଆସିଛି । ଅସୁରକ୍ଷିତ ହୋଇପଡ଼ିଛନ୍ତି ଛୋଟ ଛୋଟ ଝିଅ । ଗତ ଦୁଇ ଦିନ ତଳେ ବାରିପଦାରେ ନାବାଳିକା ଗର୍ଭବତୀ ହେବ ଅଭିଯୋଗ ହେବା ପରେ ଆଜି ପୁଣି ଏକ ଅନୁରୂପ ମାମଲା କୋରାପୁଟରୁ ଆସିଛି । ଜଣେ ଅନାଥ ଝିଅ ଅନ୍ତଃସତ୍ତ୍ୱା ହୋଇଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାକ, କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଏକ ନାବାଳିକା ବାପା ମା’ଙ୍କୁ ହରାଇଛି । କିନ୍ତୁ ଅନାଥ ଝିଅ ଉପରେ ତାର ସଂପର୍କୀୟ ମାମୁଁର ଲୋଲୁପ ଦୃଷ୍ଟି ପଡ଼ିଛି । ନାବାଳିକାଟି ଏବେ ଗର୍ଭବତୀ ଥିବା ତା’ର ପିଉସୀ ଦଶମନ୍ତପୁର ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକାଟି ଛ’ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଘଟଣା ସଂପର୍କରେ ପଚାରିବାରୁ ସଂପର୍କୀୟ ମାମୁଁ ଏହାକୁ ମନା କରିଥିଲେ ଏବଂ ସେ ମଧ୍ୟ ବିବାହିତ ।  ବିବାହ କରିବାକୁ ସେ ପ୍ରତିଶ୍ରୁତି ଦେଇଥିବା  ନାବାଳିକା କହିଛି । ପୋଲିସ ସଂପର୍କୀୟ ମାମୁଁଙ୍କୁ ଅଟକ ରଖି ପଚରାଉଚରା କରୁଛି । 

ନାବାଳିକା ଗର୍ଭବତୀ ଘଟଣା ଏବେ ଆଉ ନୂଆ ହୋଇ ରହିନାହିଁ । ପ୍ରତ୍ୟେକ ଦିନ ଏଭଳି ନିନ୍ଦନୀୟ ଖବର ଲୋକ ଲୋଚନକୁ ଆସୁଛି । ଗତ ଦୁଇ ସପ୍ତାହ ତଳେ କନ୍ଧମାଳ ବାଲିଗୁଡ଼ାରେ ଏକ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ । ଏହା ପରେ ଯାଜପୁରରେ ଏବଂ ଢେଙ୍କାନାଳ ସପ୍ତଶଯ୍ୟା କନ୍ୟାଶ୍ରମରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏହା ପରେ ପୁଣି ଥରେ ଜାନୁଆରୀ ୨୩ରେ ତୁମୁଡିବନ୍ଧ ଆଶ୍ରମର ଜଣେ ଗର୍ଭବତୀ ନାବାଳିକାର ଗର୍ଭପାତ ଉଦ୍ୟମ କରାଯାଉଥିବା ବେଳେ ଗୁରୁତର ହୋଇପଡ଼ିଥିଲା । ସେହିପରି ଗତ ୨୭ତାରିଖରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହଳଦିଆ ଗ୍ରାମରେ ଏକ ସପ୍ତମ ଶ୍ରେଣୀର ଛାତ୍ରୀ ଆଠ ମାସର ଗର୍ଭବତୀ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । 

Subscribe

National International State Sports Entertainment