ରାଜ୍ୟରେ ଲଜ୍ଜା: ବଳାତ୍କାରର ଶୀକାର ହେଲେ ବିଧବା ବୃଦ୍ଧା ଓ ଦେଢ଼ ବର୍ଷର ଶିଶୁକନ୍ୟା
Khabar Odisha:two-rape-cases-in-one-day
ଭୁବନେଶ୍ୱର, ଡିସେମ୍ବର ୧୨ (ଖବର ଓଡ଼ିଶା):

ରାଜ୍ୟରେ ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ବଳାତ୍କାର ଭଳି ସଙ୍ଗୀନ ମାମଲା ଆସିଛି । ଦୁଇଟି ଘଟଣା ଛାତି ଥରାଇ ଦେଉଛି । ବାଲେଶ୍ୱରରେ ଜଣେ ବିଧବା ବୃଦ୍ଧାକୁ ଦୁଷ୍କର୍ମ କରାଯାଇଥିବାବେଳେ ବାଲିଗୁଡ଼ାରେ ଏକ ଦେଢ଼ ବର୍ଷର ନିଷ୍ପାପ ଶିଶୁ ବଳାତ୍କାରର ଶୀକାର ହୋଇଛି । 

ବାଲେଶ୍ୱର ସୋର ଖୁରକୁଣୀ ଗାଁରେ ଜଣେ ବିଧବା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଯୁବକ ଘରେ ପଶି ଭୁଜାଲି ଦେଖାଇ ଅସହାୟ ବୃଦ୍ଧାଙ୍କୁ ବଳାତ୍କାର କରିଛନ୍ତି । ଲୋକ ଲଜ୍ଜା ଭୟରେ ମହିଳା ଜଣକୁ ଆତ୍ମହତ୍ୟା ଉଦ୍ୟମ କରିବାବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । 

ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛି । ଶିଶୁକନ୍ୟାଟିକୁ ବରଖମା ଜଂଗଲରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତି କରାଯାଇଛି । ଜଣେ ସଂପର୍କୀୟ ଦାଦା ଏଭଳି କରିଥିବା ପରିବାର ଲୋକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଦାଦାକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Subscribe

National International State Sports Entertainment