ନିର୍ଭୟାର ୬ ବର୍ଷ ପରେ ବି ଅସୁରକ୍ଷିତ ଦିଲ୍ଲୀ: ପ୍ରତିଦିନ ହୁଏ ୬ ଦୁଷ୍କର୍ମ ଓ ୧୦ରୁ ଅଧିକ ର୍ଦୁବ୍ୟବହାର
Khabar Odisha:still-delhi-is-not-a-safe-place-for-women-its-been-6-years-of-delhi-nirvaya-rape-case
ନୂଆଦିଲ୍ଲୀ, ଡିସେମ୍ବର ୧୬ (ଖବର ଓଡିଶା):

  ଗତ ୬ ବର୍ଷ ପୂର୍ବରୁ ଘଟିଥିବା ନୂଆଦିଲ୍ଲୀ ନିର୍ଭୟାର ଲୋମହର୍ଷଣକାରୀ ଘଟଣା ଆଜି ଶୁଣିଲେ ମଧ୍ୟ ଲୋମ ଟାଙ୍କୁରୀ ଉଠେ। ଦିଲ୍ଲୀ ପୋଲିସ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ କୌଣସି ପଦକ୍ଷେପ କାର୍ଯ୍ୟକାରୀ ହେଉନାହିଁ । ଏହାକୁ ନେଇ ଜନସାଧାରଣ ଆନ୍ଦୋଳନ ପ୍ରଦର୍ଶନ କରୁଛନ୍ତି। ତେବେ ଏକ ତଥ୍ୟରୁ ଜଣାପଡ଼ିଛି ଏବେ ମଧ୍ୟ ପ୍ରତିଦିନ ଦିଲ୍ଲୀରେ ୬ରୁ ଅଧିକ ଦୁଷ୍କର୍ମ ଓ ୧୦ରୁ ଅଧିକ ମହିଳାଙ୍କୁ ଦୁବ୍ୟବହାର କରାଯାଉଛି। କିଛି ମହିଳା ଭୟରେ ପୋଲିସ ଥାନାରେ ଅଭିଯୋଗ ମଧ୍ୟ କରୁନାହାନ୍ତି।      

ଅନ୍ୟପକ୍ଷେ ଦିଲ୍ଲୀ ପୋଲିସଙ୍କ କହିବାନୁସାରେ, ଆଗରୁ ୯୦ ପ୍ରତିଶତ ମହିଳା ନିର୍ଯାତିତ ହେଉଥିଲେ। ମାମଲା ରୁଜୁ ପରେ ୮୦ ପ୍ରତିଶତରୁ ଅଧିକ ମାମଲାର ସମାଧାନ କରାଯାଇଛି । ନିର୍ଭୟା  ଘଟଣା ପରେ ଦିଲ୍ଲୀ ପୋଲିସ ଦ୍ୱାରା ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଇଛି । ଯଦ୍ୱାରା  ମହିଳା ଓ ପୀଡିତା ମାନେ ଥାନାରେ ଅଭିଯୋଗ କରିବାକୁ ଲଜ୍ଜା କରୁନାହାନ୍ତି କି ଡରୁନାହାନ୍ତି ।    

ମସିହା - ଦୁଷ୍କର୍ମ ସଂଖ୍ୟା

୨୦୧୮ – ୧୯୮୩

୨୦୧୭-୨୧୪୬

୨୦୧୬-୨୧୫୫

୨୦୧୫- ୨୧୯୯

୨୦୧୪- ୨୧୬୬

୨୦୧୩- ୧୬୩୬

ମସିହା - ର୍ଦୁବ୍ୟବହାର ସଂଖ୍ୟା

୨୦୧୮- ୩୦୬୬

୨୦୧୭- ୩୪୨୨

୨୦୧୬- ୪୧୬୫

୨୦୧୫- ୫୩୬୭

୨୦୧୪- ୪୩୨୨

୨୦୧୩- ୩୫୧୫

ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ଦ୍ୱାରା ନିଆଯାଇଥିବା ପଦକ୍ଷେପ-

- ଦିଲ୍ଲୀ ପୋଲିସର ସମସ୍ତ ଥାନାରେ ମହିଳା ଙ୍କ ପାଇଁ ୨୪ଘଂଟା ହେଲ୍ପ ଡେସ୍କ ଖୋଲାଥାଏ । ଏଠାରେ ୨୪ ଘଂଟା ଜଣେ ମହିଳା ପୋଲିସ କାର୍ଯ୍ୟରତ ଥାଆନ୍ତି ।

- ସୀମା ବିବାଦ ଶେଷ ହେବା ପରେ ପୀଡିତାମାନେ ଏବେ ଯେକୌଣସି ଥାନରେ ନିଜ ଅଭିଯୋଗ ରୁଜୁ କରିପାରିବେ । 

- ମହିଳାଙ୍କ ଅଭିଯୋଗ ପାଇଁ ମହିଳା ପୋଲିସ ମାମଲା ରୁଜୁ କରିଥାନ୍ତି ।

- ମହିଳାଙ୍କ ସୁରକ୍ଷା ପାଇଁ ଗାର୍ଲସ କଲେଜ ଓ ସ୍କୁଲ ଆଗରେ ପିସିଆର ଭ୍ୟାନର ବ୍ୟବସ୍ଥା ସହିତ ମହିଳାଙ୍କ ପାଇଁ ୧୦ଟି ୱିମେନ ପିସିଆରର ଶୁଭାରମ୍ଭ କରାଯାଇଛି । ଏଥିରେ କେବଳ ମହିଳା ପୋଲିସ କର୍ମଚାରୀ ନିଯୁକ୍ତ ଅଛନ୍ତି ।

- ହିମ୍ମତ ନାମକ ଆପଲିକେସନର ଶୁଭାରମ୍ଭ କରାଯାଇଛି । ଏହି ଆପରୁ ଯେତେବେଳେ ଚାହିବେ ମହିଳାମାନେ ସାହାଯ୍ୟ ନେଇପାରିବେ।

Subscribe

National International State Sports Entertainment