ଢେଙ୍କାନାଳ ନାବାଳିକାକୁ ଗର୍ଭବତୀ ଘଟଣା, ଆଜି ବିଜେପି ଓ କଂଗ୍ରେସର ବିକ୍ଷୋଭ
Khabar Odisha:politics-woman-bjp-and-congress-to-protest-against-dhenkanal-minor-girl-pregnent
ଢେଙ୍କାନାଳ, ଜାନୁଆରୀ ୧୯(ଖବର ଓଡ଼ିଶା):

ଢେଙ୍କାନାଳ ଜିଲ୍ଲା ସେବାଶ୍ରମ ସ୍କୁଲ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାରେ  ଆଜି କଂଗ୍ରେସ ଓ ବିଜେପି ଆନ୍ଦୋଳନ କରିବାର ନିଷ୍ପତି ନେଇଛନ୍ତି । ସେବାଶ୍ରମ ଗୁଡିକ ନାବାଳିକାଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛନ୍ତି । ଯାହାର ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ଦଳ ପ୍ରତିବାଦ ସଭା ଓ ବିକ୍ଷୋଭ କରିବା ନେଇ ସୂଚନା ମିଳିଛି । 

ଗତକାଲି ଗର୍ଭବତୀ ନାବାଳିକାଙ୍କ ସମ୍ପର୍କୀୟ ଥିବା ଅଭିଯୁକ୍ତ ନାବାଳକକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି । ନାବାଳିକାଟି ୭ ମାସର ଗର୍ଭବତୀ ହୋଇଥିବାବେଳେ ସେବାଶ୍ରମର ଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ତେବାସୀଙ୍କ ଅବହେଳା ପଦାରେ ପଡିଛି । ସେବାଶ୍ରମଗୁଡିକରେ ପାଳନ ହେବାକୁ ଥିବା ନିୟମକୁ ଉଲ୍ଲଂଘନ କରାଯାଉଥିବା ସ୍ପଷ୍ଟ ହୋଇଛି । 

କନ୍ଧମାଳ ପରେ ଢେଙ୍କାନାଳ ନାବାଳିକା ଗର୍ଭବତୀ ଘଟଣାକୁ ନେଇ ବର୍ତମାନ ତନାଘନା ଆରମ୍ଭ ହୋଇଥିଲେ ମଧ୍ୟ ଏହା ବହୁ ପୂର୍ବରୁ ହେବାର ଆବଶ୍ୟକ ରହିଥିବା ନେଇ ଦାବି କରାଯାଇଛି ।

Subscribe

National International State Sports Entertainment