କନ୍ଧମାଳରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ନ୍ୟାୟ ଦାବିରେ ରାଜରାସ୍ତାରେ ପରିବାର
Khabar Odisha:minore-killed-by-miscreant-after-rape-in-kandhamal
କନ୍ଧମାଳ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

କନ୍ଧମାଳ ଜିଲ୍ଲା କୋଟଗଡ ରନ୍ଥମରା ଗ୍ରାମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ଗିରଫ ଓ କ୍ଷତି ପୂରଣ ଦାବିରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ରାସ୍ତା ରୋକ କରିଛନ୍ତି । ହାଟପଦା ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଅନ୍ୟପକ୍ଷରେ ପୋଲିସ ଗଗନ ପ୍ରଧାନ ନାମକ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି । 

ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଗତକାଲି ଅପରାହ୍ନ ୨ଟାରେ ନାବାଳିକା ଶୌଚ ହେବା ପାଇଁ ଯାଇଥିଲା । ମାତ୍ର ଦୀର୍ଘ ସମୟ ଧରି ଘରକୁ ଫେରିଥିଲେ । ବହୁତ ଖୋଜାଖୋଜି କରିବା ପରେ ପରିବାର ଲୋକ ଝିଅକୁ ନ ପାଇବାରୁ କୋଟଗଡ ଥାନାରେ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି କରିବା ପରେ ହାତକଟା ଜଙ୍ଗଲରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି । କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି । କିନ୍ତୁ ପରିବାର ଲୋକ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଗ୍ରାମାବାସୀ ହାଟପଦା ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ମୁନିଗୁଡା ବ୍ରହ୍ମପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । 

ଅନ୍ୟପକ୍ଷରେ ନିକଟରେ ମଦ କାରବାର ବୃଦ୍ଧି ପାଇଥିବାରୁ ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଏଠାରେ ମଦ ବିକ୍ରି ବନ୍ଦ କରିବାକୁ ଦାବି ହୋଇଛି । ପୋଲିସ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛି ।  

  • Tags:

Subscribe

National International State Sports Entertainment