ଛତିଶଗଡ଼ର ନାବାଳିକା କେନ୍ଦୁଝରରୁ ଉଦ୍ଧାର, ମାର୍ଶାଘାଇରେ ବିଧବାକୁ ଗଣ ଦୁଷ୍କର୍ମ
Khabar Odisha:minor-girl-rescued-at-telkoi
କେନ୍ଦୁଝର/କେନ୍ଦ୍ରାପଡ଼ା, ଡିସେମ୍ବର ୧୬ (ଖବର ଓଡିଶା):

କେନ୍ଦୁଝର ଜିଲ୍ଲା ତେଲକୋଇ ଜନସନପୁର ଗ୍ରାମ ନିକଟରୁ ଏକ ଜଙ୍ଗଲରୁ ଏକ ଅପହୃତ ନାବାଳିକାକୁ ଉଦ୍ଧାର କରାଯାଇଛି । ସଂପୃକ୍ତ ନାବାଳିକାଙ୍କ ଘର ଛତିଶଗଡ଼ର ବୋଲି ଜଣାପଡ଼ିଛି । ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରାଯାଇଛି । 

ଉତ୍ତର ପ୍ରଦେଶର ଜଣେ ଡ୍ରାଇଭର ଛତିଗଡ଼ରୁ ନାବାଳିକାକୁ ଅପହରଣ କରି ନେଇଆସିଥିଲା । ବିଭିନ୍ନ ସ୍ଥାନରେ ରଖି ଶାରୀରିକ ନିର୍ଯାତନା ସହ ବାରମ୍ବାର ଦୁଷ୍କର୍ମ କରୁଥିଲା । ଗତକାଲି ତେଲକୋଇ ଜନସନପୁର ଗାଁ ନିକଟ ଜଙ୍ଗଲରେ ରଖି ମାଡ଼ ମାରୁଥିବା ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହିତ ଚାଇଲ୍ଡ ଲାଇନକୁ ପଠାଇଛି । ସଂପୃକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । 

ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ମର୍ଶାଘାଇ ଥାନା ଅଚଂଳରେ ଏକ ନିନ୍ଦନୀୟ ଘଟଣା ଘଟିଛି । ଗତକାଲି ଜଣେ ବିଧବା ମହିଳାଙ୍କୁ  ୬ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବଳାତ୍କାର ପରେ ମହିଳାଙ୍କୁ ରାସ୍ତା କଡରେ ମୁର୍ମୂଷୁ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି । ପରକୀୟା ପ୍ରୀତିକୁ ସନ୍ଦେହ କରି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ମର୍ଶାଘାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।   

Subscribe

National International State Sports Entertainment