ଅସୁରକ୍ଷିତ ସେବାଶ୍ରମ: ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଅଟକ
Khabar Odisha:crime-woman-odisha-minor-girl-molested-by-headmaster-and-teacher-in-sebasram
ମାଲକାନଗିରି, ଜାନୁଆରୀ ୨୨(ଖବର ଓଡ଼ିଶା):

ଏବେ ଅସୁରକ୍ଷିତ ହୋଇପଡ଼ିଛି ସେବାଶ୍ରମ । ଯେଉଁ ମନ୍ଦିରରେ ପିଲାଙ୍କୁ ଜୀବନର ଶିକ୍ଷା ଦିଆଯାଏ ସେହି ବିଦ୍ୟାମନ୍ଦିରରେ ନାବାଳିକାଙ୍କ ଜୀବନ ସହିତ ହେଉଛି ଖେଳ । କନ୍ଧମାଳ, ଯାଜପୁର, ଢେଙ୍କାନାଳ ଓ କଳାହାଣ୍ଡି ପରେ ଏବେ ମାଲକାନଗିରିରେ ସେବାଶ୍ରମରେ ଅଘଟଣର ପୁନରାବୃତ୍ତି ହୋଇଛି । ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶୀକାର ହୋଇଛନ୍ତି ଜଣେ ଛାତ୍ରୀ । 

ମାଲକାନଗିରି ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ଅସଦାଚରଣର ଶିକାର ହୋଇଛନ୍ତି । ଏ ନେଇ ଛାତ୍ରୀ ଜଣକ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛି । ଦୁଇ ଜଣଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । 

ଗତ ଅଗଷ୍ଟ ୧୦ ତାରିଖରେ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଛାତ ଉପରକୁ ଡାକି ନେଇ ଅସଦାଚରଣ କରିଥିଲେ । ଏ ନେଇ ଛାତ୍ରୀ ଜଣକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଜିଲ୍ଲାପାଳ ଘଟଣାର ଗୁରୁତ୍ୱକୁ ଦେଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ଡିସିପିଓଙ୍କ ରିପୋର୍ଟ ଆଧାରରେ ମାଲକାନଗିରି ଥାନା ପୋଲିସ ଦୁଇ ଶିକ୍ଷକଙ୍କୁ ଅଟକ ରଖିଛି । 

Subscribe

National International State Sports Entertainment