ବଙ୍ଗୀୟ ନାବାଳିକାକୁ ନିଶା ଦେଇ ଗଣଦୁଷ୍କର୍ମ
Khabar Odisha:bengal-minor-girl-raped-by-miscreants

ବାଲେଶ୍ୱର, ଡିସେମ୍ବର ୧(ଖବର ଓଡ଼ିଶା): ବାଲେଶ୍ୱର ଭୋଗରାଇ ଅଂଚଳରେ ଜଣେ ବଙ୍ଗୀୟ ନାବାଳିକା ଗଣ ଦୁଷ୍କର୍ମର ଶୀକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ପିଡ଼ୀତା ନାବାଳିକାର ଘର ପଶ୍ଟିମବଙ୍ଗର ରାମପୁରରେ ଅଂଚଳରେ ବୋଲି ଜଣାପଡ଼ିଛି । ନାବାଳିକାଟିର ଜଳେଶ୍ୱର ମେଡ଼ିକାଲରେ  ଚିକିତ୍ସା ଚାଲିଛି । 

ପୀଡିତାଙ୍କ କହିବାନୁଯାୟୀ, ୫ ଜଣ ଯୁବକ ତାଙ୍କୁ ରାମ ନଗର ଅଂଚଳରୁ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଆସିଥିଲେ । ଏହା ପରେ ତାଙ୍କୁ ନିଶା ବଟିକା ଖୁଆଇ ଦୁଷ୍କର୍ମ କରିଥିଲେ । ପରେ ତାକୁ ଭୋଗରାଇ ବ୍ଲକ୍‌ ରସୁଲପୁର ଗାଁ ନିକଟରେ ଫୋପାଡ଼ି ଚାଲି ଯାଇଥିଲା । ଆଜି ସକାଳୁ ତାଙ୍କୁ ରସୁଲପୁର ଗ୍ରାମବାସୀ ଉଦ୍ଧାର କରିଥିଲେ । ପ୍ରଥମେ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୀଡିତାଙ୍କ ବୟାନକୁ ଆଧାର କରି ଭୋଗରାଇ ଥାନା ପୋଲିସ ଛାନଭିନ ଆରମ୍ଭ କରିଛି ।

Subscribe

National International State Sports Entertainment