ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ
Khabar Odisha:Swabhiman-Sankalp-Samabesa-of-mahila-congress
ଭୁବନେଶ୍ୱର, ଅକ୍ଟୋବର ୨୫(ଖବର ଓଡ଼ିଶା):

ଆଗାମୀ ନିର୍ବାଚନ ପାଇଁ ମହିଳା ଭୋଟରଙ୍କୁ ପ୍ରାଥମିକତା ଦେଇ ବିଜେଡି ଓ ବିଜେପି ମହିଳା ମୋର୍ଚ୍ଚା ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାବେଳେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଆଜି ମହିଳା କଂଗ୍ରେସ ସ୍ୱାଭିମାନ ସଂକଳ୍ପ ସମାବେଶ କରିଛି । ଓଡିଶା ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏହି  ସମାବେଶ ଆୟୋଜିତ ହୋଇଛି । ଅଖିଳ ଭାରତ ମହିଳା କଂଗ୍ରେସ କମିଟି (ଏ.ଆଇ.ଏମ୍.ସି.)ର ସଂପାଦକ ତଥା ଓଡିଶା ମହିଳା କଂଗ୍ରେସର ପ୍ରଭାରୀ ଶ୍ରୀମତୀ ସନ୍ଧ୍ୟା ସାୱାଲାଖେ ଉକ୍ତ ସମାବେଶକୁ ଉଦଘାଟନ କରିଥିଲେ । ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଯୋଗଦେଇଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ହୋଇଥିବା ସମାବେଶରେ ରାଜ୍ୟର ଶତାଧିକ ମହିଳା ସାମିଲ ହୋଇଛନ୍ତି ।

ଏହି ଅବସରରେ ଶ୍ରୀମତୀ ସନ୍ଧ୍ୟା ସାୱାଲାଖେ କହିଥିଲେ ଯେ ସଂପ୍ରତି ରାଜ୍ୟ ଓ ଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ଅପରାଧ, ଧର୍ଷଣ, ନାବାଳିକା ବଳାକ୍ରାର, ଯୌନ ଶୋଷଣ, ପାରିବାରିକ ହିଂସା ଓ ଅପରାଧ, ସ୍ୱାସ୍ଥ୍ୟ, ନିଶାମୁକ୍ତ ଓଡିଶା ଓ ଭାରତ, ଉଭୟ ସଂସଦ ଓ ବିଧାନସଭାରେ ୩୩ % ସଂରକ୍ଷଣ ଏବଂ ଯଥା ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି କରିବାରେ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରିକି ଶିକ୍ଷା, ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଇନ୍ଦିରା ଆବାସ ଓ ଟୟଲେଟ୍ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ସମେତ ଧାଡିରେ ଛିଡା ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ଡିଲର ଠାରୁ ଖାଦ୍ୟ ସାମଗ୍ରୀ ଗ୍ରହଣ କରିବା ମହିଳାଙ୍କ ପ୍ରତି ଚରମ ଅପମାନ । ମହିଳାମାନେ ରୋଜଗାର ପାଉନାହନ୍ତି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦଳୀୟ ଭିତିରେ ଋଣ ଯୋଗାଣ ଓ ସମବାୟ ବିଭାଗ ଦ୍ୱାରା ସମବାୟ ସଂସ୍ଥାରୁ ଋଣ ପ୍ରଦାନରେ ପାତରଅନ୍ତର କରାଯାଉଛି ବୈାଲି ସେ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ଓଡିଶାରେ ମହିଳାମାନ ସୁରକ୍ଷିତ ନାହାନ୍ତି । ସେମାନଙ୍କ ପ୍ରତି ବଢିଚାଲିଥିବା ଅପରାଧ ଚରମ ସୀମାରେ ପହଂଚିଛି । ଅପରଧରେ ସମ୍ପୃକ୍ତ ରହୁଥିବା ଅଭିଯୁକ୍ତମାନଙ୍କୁ ଧରାନଯାଇ ମୁକ୍ତଭାବେ ଛାଡି ଦିଆଯାଉଛି ବୋଲି ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି । ଏହା ମହିଳା ପାଇଁ ଉଦ୍ଦିଷ୍ଟ ଏକ ହେଲ୍‌ପ ଲାଇନ୍‌ ନମ୍ବର- ୭୦୦୮୯୯୯୮୫୮ ମଧ୍ୟ ଜାରି କରାଯାଇଛି । କିଛି ସମସ୍ୟା ହେଲେ ମହିଳାମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସଭାନେତ୍ରୀ ସୁମିତ୍ରା ଜେନା ସୂଚନା ଦେଇଛନ୍ତି । 

Subscribe

National International State Sports Entertainment