ପାଦରେ ୧୨ଟି ଆଙ୍ଗୁଳି ଥିବା ଭାରତର ଗୋଲଡ଼େନ ଗାର୍ଲଙ୍କ ପାଇଁ ତିଆରି ହେବ ସ୍ୱତନ୍ତ୍ର ଜୋତା
Khabar Odisha:Story-of-golden-girl-swapn
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪(ଖବର ଓଡ଼ିଶା) :

  ପ୍ରତ୍ୟେକ ପାଦରେ ୬ଟି କରି ଦୁଇ ପାଦରେ ୧୨ଟି ଅଙ୍ଗୁଳି ଥିବା ସ୍ୱପ୍ନାବନନ ୨୦୧୮ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ପାଇ ଭାରତକୁ ଗୌରବାନ୍ୱିତ କରାଇଛନ୍ତି ।

୮୦୦ ମିଟର ଚୂଡ଼ାନ୍ତ ପର୍ଯ୍ୟାୟରେ ତାଙ୍କ ପାଦର ଅତିରିକ୍ତ ଅଙ୍ଗୁଳି ପ୍ରତି ପଦପାତରେ ତାଙ୍କୁ କିଭଳି ବ୍ୟଥା ଦେଉଥିଲା ତାହା ବିଜୟୀ ସ୍ୱପ୍ନା କହିବାବେଳେ ଅନେକଙ୍କ ଆଖିରେ ଅଶ୍ରୃ ଝରାଇ ଦେଇଥିଲା ।

ଚେନ୍ନାଇଠାରେ ଥିବା ଏକ ସରକାରୀ ପ୍ରାୟୋଜିତ ଉଦ୍ୟୋଗ ଏହି ସୁନା ଝିଅର ପାଦକୁ ସୁରକ୍ଷା ଦେବାକୁ ଆଗେଇ ଆସିଛି । ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୋତା ତିଅ।।ରି ପାଇଁ ଡ଼ିଜାଇନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

୨୧ ବର୍ଷିୟା ସ୍ୱପ୍ନା ବନନ ୨୦୧୮ ଏସିଆଡ଼ ଗେମ୍ସରେ ହେପ୍ଟାଥଲାନ ବର୍ଗରେ ସ୍ୱର୍ଣ୍ଣପଦକ ଜିତିବା ପୂର୍ବରୁ କିଭଳି ସଂଘର୍ଷ କରୁଥିଲେ ତାହା ସୂଚାଇଛନ୍ତି । ଗୋଡ଼ରେ ଅତିରିକ୍ତ ଆଙ୍ଗୁଳି ଥିବା ଯୋଗୁଁ ତାଙ୍କ ସାଇଜର ଜୋତା ମିଳୁନଥିଲା । ଯନ୍ତ୍ରଣା ସତ୍ତେ୍ୱ ସେ ପ୍ରତିଟି ପାଦ ଆଗକୁ ବଢାଉଥିଲେ । ପଶ୍ଚିମବଙ୍ଗ ଜଲପାଇଗୁଡ଼ିର ସ୍ୱପ୍ନାଙ୍କ ପିତା ଜଣେ ରିକ୍ସା ଚାଳକ ।

  • Tags:

Subscribe

National International State Sports Entertainment