ଦୁଷ୍କର୍ମ ପୀଡ଼ିତାଙ୍କୁ କରାଯାଉଛି ଅଭିଯୁକ୍ତ ଭଳି ବ୍ୟବହାର, ୱାନ୍‌ ଷ୍ଟପ୍‌ ସେଣ୍ଟର୍‌ ଖୋଲିବାକୁ କେନ୍ଦ୍ର ଓ ରାଜ୍ୟଙ୍କୁ ନିର୍ଦ୍ଦେଶ
Khabar Odisha:SC-directs-to-all-state-to-set-up-on-one-stop-centre-for-rape-victim
ନୂଆଦିଲ୍ଲୀ, ଡିସେମ୍ବର ୧୧ (ଖବର ଓଡ଼ିଶା):

ଦେଶରେ ଦୁଷ୍କର୍ମ ଭଳି ଜଘନ୍ୟ ଘଟଣା ଧିରେ ବଢ଼ି ବଢ଼ି ଚାଲିଛି । କିନ୍ତୁ ଅଭିଯୁକ୍ତମାନେ ମୁଣ୍ଡ ଟେକି ବୁଲୁଥିବାବେଳେ ନ୍ୟାୟ ପାଇବା ପରେ ମଧ୍ୟ ପୀଡ଼ିତା ପାଇଁ ସମାଜରେ ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ପୀଡ଼ିତାମାନଙ୍କୁ ବିଭିନ୍ନ ଲାଞ୍ଛନା ସହିତ ସାମାଜିକ ବାସନ୍ଦ ମଧ୍ୟ କରି ଦିଆଯାଉଛି । ତେଣୁ ଏଭଳି ପିଡ଼ୀତାମାନଙ୍କ ପାଇଁ ସମସ୍ତ ରାଜ୍ୟର ପ୍ରତି ଜିଲ୍ଲାରେ ଏକ ‘ୱାନ୍‌ ଷ୍ଟପ୍‌ ସେଣ୍ଟର୍‌’ (ଓଏସ୍‌ପି) ଖୋଲାଯିବ । ସେଠାରେ ଏ ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ କରାଯିବା ସହିତ ପୀଡ଼ିତାଙ୍କୁ ପୁର୍ନବାର ବାସ କରିବାକୁ ବ୍ୟବସ୍ଥା ମଧ୍ୟ କରାଯିବ । ଆଜି ସୁପ୍ରିମକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣୀ କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । 

ସର୍ବୋଚ୍ଚ ନ୍ୟାୟଳୟ ଏଭଳି ସଙ୍ଗୀନ ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ଯେ ସାମାଜିକ ଚିନ୍ତାଧାରାକୁ ବଦଳାଇବାକୁ ପଡ଼ିବ । ଏଠାରେ ପୀଡ଼ିତାକୁ ଅଭିଯୁକ୍ତ ଭଳି ବ୍ୟବହାର କରାଯାଉଛି । ସେମାନଙ୍କୁ ସମାଜିକ ବହିଷ୍କାରର ସାମ୍ନା କରିବାକୁ ପଡ଼ୁଛି । ଏଭଳି ଚନ୍ତାଧାରାରେ ପରିବର୍ତ୍ତିନ ହେବା ଅତ୍ୟନ୍ତ ଜରୁରୀ । ତେବେ ଏସବୁଥିରୁ ସେମାନଙ୍କୁ ରକ୍ଷା କରିବାକୁ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମେତ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକର ସମସ୍ତ ଜିଲ୍ଲାରେ ଓଏସ୍‌ପି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ବଳାତ୍କାରମାମଲା ଗୁଡ଼ିକର ସମାଧାନ କରାଯିବ ବୋଲି ପୀଡ଼ିତାମାନଙ୍କୁ ପୁନର୍ବାସ ପାଇଁ ବ୍ୟବସ୍ଥା କରାଯିବ । 

ଏହା ପୀଡ଼ିତାଙ୍କ ନାମ କିମ୍ବା ଫଟୋ କୌଣସି ପରିସ୍ଥିତିରେ ଯେପରି ସାର୍ବଜନୀନ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପୋଲିସ ଓ ଗଣମାଧ୍ୟମକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । 

Subscribe

National International State Sports Entertainment