ସିକ୍ରେଡ଼ ଗେମ୍ସର ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ ଏକାକୀ ବଦଳାଇ ଦେଇଛନ୍ତି ଏହି ଗାଁର ଛବି
Khabar Odisha:One-men-mission-change-entire-geography-of-this-village
ମୁମ୍ବାଇ, ସେପ୍ଟେମ୍ବର ୦୧(ଖବର ଓଡ଼ିଶା) :

କିଛି ମାସ ତଳେ ମହାରାଷ୍ଟ୍ରର ମୁମ୍ବାଇରେ ଦେଶର ସବୁଠୁ ବଡ଼ ଚାଷୀ ଆନ୍ଦୋଳନ ଦେଖିବାକୁ ମିିଳିଥିଲା । ନିଜର ଦାବୀ ପୂରଣ ପାଇଁ ୧୮୦ କିମି ଲମ୍ବା ପଦଯାତ୍ରାର ଆୟୋଜନ କରାଯାଇଥିଲା । କୃଷି ଋଣ ଛାଡ଼ିବା ପାଇଁ ଚାଷୀମାନେ ପ୍ରମୁଖ ଦାବୀ ଉପସ୍ଥାପିତ କରିଥିଲେ । କୃଷି ଋଣରୁ ଚାଷୀମାନଙ୍କୁ କିଭଳି ମୁକ୍ତ କରାଯିବ ତାହା ଏକ ଯକ୍ଷ ପ୍ରଶ୍ନ ଥିଲା । ଏହି ପ୍ରଶ୍ନକୁ ନେଇ ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ ଉପାୟ ପାଂଚିବାକୁ ଲାଗିଲେ ।

ରାଜଶ୍ରୀଙ୍କ ପୂର୍ବଜ କୃଷକ ଥିଲେ । ତାଙ୍କ ବାପା ସରକାରୀ କର୍ମଚାରୀ ସତ୍ତେ୍ୱ ଚାଷ ବାସ ବି ବୁଝୁଥିଲେ । ଔରଙ୍ଗାବାଦର ଭୋକରଜନରେ କପା ଚାଷ କରୁଥିଲେ ରାଜଶ୍ରୀଙ୍କ ପରିବାର । ଜଳସେଚନ ସମସ୍ୟା ହେବାରୁ ସବୁ ଜମି ବିକ୍ରୀ କରାଯାଇଥିଲା । ମୁଁ ଏସବୁ ସମସ୍ୟାକୁ ଆଖିରେ ଦେଖିଥିଲି କହନ୍ତି ରାଜଶ୍ରୀ ।

୨୦୧୫ରେ ରାଜଶ୍ରୀ ମହାରାଷ୍ଟ୍ରର ମରାଠାୱାଡ଼ା ପଣ୍ଡରୀ ଗାଁରେ  ନିଜର ଅସଲ କାମ ଆରମ୍ଭ କଲେ । ମରୁଡ଼ି ଥିଲା ଗାଁର ପ୍ରମୁଖ ସମସ୍ୟା । ସିନେ ଜଗତର କଳାକାରଙ୍କ ନିକଟରେ ଗାଁର ଚିତ୍ର ଉପସ୍ଥାପିତ କରି ପାଣ୍ଠି ଯୋଗାଡ଼ କଲେ । ବର୍ଷାଜଳ ଅମଳ ପ୍ରକଳ୍ପ ଆରମ୍ଭ ହେଲା । ୫୦ ଗ୍ରାମବାସୀ ଶ୍ରମଦାନ ଦେଲେ । ଆଜି ଏହି ଗାଁରେ ବର୍ଷସାରା ପାଣି ରହୁଛି । ମରାଠା ସିନେମାରେ ଦମଦାର ଭୂମିକା କରୁଥିବା ରାଜଶ୍ରୀଙ୍କ ପ୍ରତି ଗ୍ରାମବାସୀଙ୍କ ବିଶ୍ୱାସ ହୋଇଯିବା ପରେ ଗାଁରେ ଅନେକ ପରିବର୍ତ୍ତନ ଆସିଛି । ପ୍ରତ୍ୟେକଙ୍କ ଘରେ ଶୌଚାଳୟ ନିର୍ମାଣ ଓ ବ୍ୟବହାର । ବର୍ଜ୍ୟ ପରିଚାଳନା, ଜୈବିକ ଖତ ଉତ୍ପାଦନ, କମ୍ ପାଣି ଲୋଡ଼ୁଥିବା ଫସଲ ଲଗାଯିବା ଦିଗରେ ଗ୍ରାମବାସୀ ପ୍ରୟାସ କରୁଛନ୍ତି । ଗାଁର ଶିକ୍ଷାରେ ପରିବର୍ତ୍ତନ ଆସିଲାଣି । ଏହା ସବୁ ସମ୍ଭବ ହୋଇଛି ଏକା ରାଜଶ୍ରୀଙ୍କ ପ୍ରୟାସରୁ । 

  • Tags:

Subscribe

National International State Sports Entertainment