ଘରୁ ଉଠାଇ ନେଇ ଯୁବତୀଙ୍କୁ ଗଣ ବଳାତ୍କାର, ପ୍ରେମିକ ଅଟକ, ସହଯୋଗୀ ଫେରାର
Khabar Odisha:Lover-raped-girlfriend-in-pallahada
ଅନୁଗୁଳ, ନଭେମ୍ବର ୩ (ଖବର ଓଡ଼ିଶା):

ଏକପାଖିଆ ପ୍ରେମରେ ବିଫଳ ହେବା ପରେ ପ୍ରେମିକ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝିମିରିପାଲିରେ ଯୁବତୀଙ୍କୁ ଘରୁ ଉଠାଇ ନେଇ ଯୁବକ ଓ ତାଙ୍କର ଦୁଇ ସହଯୋଗୀ ଗଣବଳାତ୍କାର କରିଛନ୍ତି । ଆଜି ସକାଳୁ ଯୁବତୀଙ୍କୁ ପାହାଡ଼ତଳୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ପ୍ରେମିକ କାଳିଆ ମହାକୁଡ଼କୁ ଅଟକ ରଖିଥିବାବେଳେ ତାର ୨ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି । 

ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କାଳିଆ ମହାକୁଡ଼ ଝିମିରିପାଲିରେ ଜଣେ ଯୁବତୀଙ୍କୁ ଗତ ୨ ବର୍ଷ ହେବ ଏକପାଖିଆ ଭାବେ ପ୍ରେମ କରୁଥିଲେ । କିନ୍ତୁ ଯୁବତୀ ଜଣକ ତାଙ୍କ କଥାରେ ରାଜି ହୋଇ ନ ଥିଲେ । କାଳିଆ ପ୍ରେମରେ ବିଫଳ ହେବା ପରେ  ଯୁବତୀଙ୍କୁ ଗତ ୩୦ ତାରିଖ ରାତିରେ ଘରୁ ଉଠାଇ ନେଇଥିଲା । କାଳିଆ ତାର ଦୁଇ ଅଟୋ ଡ୍ରାଇଭର ବନ୍ଧୁ ହେମନ୍ତ ମହାକୁଡ଼ ଓ ଦୁଃଶାସନ ସୀତାରୀଙ୍କ ସହିତ ମିଶି ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଯୁବତୀଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ୩ ଜଣ ଫେରାର ହୋଇଯାଇଥିଲେ । ଆଜି ସକାଳୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୁବତୀଙ୍କ ପରିବାର ଲୋକ ଏ ନେଇ ପାଲଲହଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି କାଳିଆକୁ ଅଟକ ରଖିଥିବାବେଳେ ଦୁଇ ସହଯୋଗୀ ହେମନ୍ତ ଓ ଦୁଃଶାସନ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି । 

Subscribe

National International State Sports Entertainment