ବିଜୁ ମହିଳା ଦଳରେ ହୋଇପାରେ ପରିବର୍ତ୍ତନ, ରାଜ୍ୟ ମହିଳା କମିଶନ ଓ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା
Khabar Odisha:Lopamudra-Baxipatra-resigns-as-Chairperson-for-Odisha-State-Commission-for-Women
ଭୁବନେଶ୍ୱର, ନଭେମ୍ବର ୧୧ (ଖବର ଓଡ଼ିଶା):

ବିଜୁ ମହିଳା ଜନତା ଦଳରେ ଏକ ବଡ଼ ଧରଣର ଅଦବଦଳ ହେବାର ପୂର୍ବାଭାଷ ମିଳିଛି । ରାଜ୍ୟ ମହିଳା ଆୟୋଗ ଓ ଭିନ୍ନକ୍ଷମ ଆୟୋଗର ଦୁଇ ଜଣ ଉଚ୍ଚ ପଦସ୍ଥ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । 

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡାକ୍ତର ଲୋପାମୁଦ୍ରା ବକ୍ସିପାତ୍ର ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେହିପରି ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ପଦ ଛାଡ଼ିଛନ୍ତି ମିନତୀ ବେହେରା । ସେ ମଧ୍ୟ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଦେଇଥିବା ସୂଚନା ମିଳିଛି । ଉଭୟ ନିଜର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ଦୁଇଟି ଆୟୋଗରୁ ଦୁଇ ଜଣ ଅଧ୍ୟକ୍ଷା ପଦ ଛାଡ଼ିବା ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ଏହି ଦୁଇ ଜଣଙ୍କୁ ବିଜୁ ମହିଳା ଜନତା ଦଳରେ ଏକ ଉଚ୍ଚ ପଦରେ ସ୍ଥାନ ମିଳିପାରେ ଚର୍ଚ୍ଚା ହେଉଛି । ତେବେ ଇସ୍ତଫା ଦେବା ପରେ ଡ. ଲୋପାମୁଦ୍ରା କହିଛନ୍ତି ଯେ ଦଳୀୟ କାର୍ଯ୍ୟରେ ଅଧିକ ସମୟ ଦେବା ପାଇଁ ପଦ ଛାଡ଼ିଛନ୍ତି । ବିଜୁ ମହିଳା ଜନତା ଦଳରେ ଜଣେ ସକ୍ରିୟ କର୍ମୀଭାବେ କାର୍ଯ୍ୟ କରିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । 

Subscribe

National International State Sports Entertainment