ମଲ କର୍ମଚାରୀ ମହିଳାଙ୍କୁ ସ୍ତନପାନ କରିବାକୁ ମନା କଲେ, କହିଲେ - ଏହା ଘର କାମ
Khabar Odisha:Kolkata-mall-not-permits-to-breastfeeding-after-anger-apology

କୋଲକାତା, ନଭେମ୍ବର ୩୦ (ଖବର ଓଡ଼ିଶା): କୋଲକାତା ମହାନଗରର ଏକ ପ୍ରମୁଖ ସପିଂ ମଲ କର୍ମଚାରୀ ଜଣେ ମହିଳାଙ୍କୁ କଥିତ ଭାବରେ ଗାଧୁଆ କୋଠରିକୁ ଯାଇ ନିଜର ଶିଶୁକୁ ସ୍ତନପାନ କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଘଟଣା ପ୍ରଚାର ହେବା ପରେ ସପିଂ ମଲର ଅଧିକାରୀଙ୍କୁ ଏସଂପର୍କରେ ଭୁଲ ମାଗିବାକୁ ପଡ଼ିଛି । ମଲର ଏକ ଫେସବୁକ ପୃଷ୍ଠରେ ମହିଳା ଜଣ କହିଛନ୍ତି, ଏହି ଘଟଣା ନଭେମ୍ବର ୨୭ରେ ଘଟିଥିଲା । ସେ ନିଜର ୭ ମାସର ଶିଶୁକୁ ସ୍ତନପାନ କରାଇବାକୁ ଉଦ୍ୟମ କରିଥିଲେ । 

ଅଭିଲାଷା ଦାସ ଅଧିକାରୀ ନାମରେ ଜଣେ ମହିଳା ମଲର ଭିନ୍ନ ଭିନ୍ନ ମହଲାକୁ ଯାଇ ବିଭିନ୍ନ ଷ୍ଟୋରରେ ଟ୍ରାଏଲ ରୁମ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ । ମହିଳା କହିଛନ୍ତି, ସେ ମଲ ଠାରୁ କିଛି ଦୂରରେ ନିଜ ପରିବାର ସହିତ ବସବାସ କରିଥାନ୍ତି । ଫେସବୁକ ପୃଷ୍ଠାରେ ମହିଳାଙ୍କ ଟିପ୍ପଣୀକୁ ଅତି ହାଲୁକା ଭାବରେ ନିଆଯାଉଥିଲା । ମହିଳାଙ୍କୁ କୁହାଯାଇଥିଲା ଯେ, ଶିଶୁଙ୍କୁ ସ୍ତନପାନ କରିବା ଘର କାମ- ଘରକୁ ଯାଇ କରନ୍ତୁ । 

ପ୍ରଥମେ ମଲ ନିଜର ବୟାନରେ କହିଥିଲା, ଆମେ ଏଠାରେ ଅନେକ କାରଣରୁ ସ୍ତନପାନ କରିବାକୁ ଅନୁମତି ଦେଇ ନଥାଉ କିନ୍ତୁ ଯଦି କିଛି ଜରୁରୀ ହୁଏ, ତା’ହେଲେ ଏଥିପାଇଁ ବ୍ୟବସ୍ଥା କରିଥାଉ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ସ୍ଥାନ ସପିଂ ପାଇଁ । ଏଥି ପାଇଁ ଏହି ଭଳି ଘରୋଇ କାମ ଆପଣ ଘରକୁ ଯାଇ କରନ୍ତୁ । ଆମେ ଅନ୍ୟର ମୌଳିକ ଅଧିକାର ଉପରେ ହସ୍ତକରିବାକୁ ଆଗ୍ରହ କରୁନାହୁଁ । ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଲ ପକ୍ଷରୁ କ୍ଷମାପ୍ରାଥନା କରାଯାଇଛି । 

 

  • Tags:

Subscribe

National International State Sports Entertainment