ବିଜେପି କହିଲା ନବୀନ ସରକାର ମହିଳା ବିରୋଧୀ, କଡ଼ା ଜବାବ ଦେଲା ବିଜେଡ଼ି
Khabar Odisha:BJP-mahila-morcha-national-president-targets-naveen
ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ରାଜ୍ୟରେ ଥିବା ନବୀନ ସରକାର ମହିଳା ବିରୋଧୀ । ଏଠାକାର ସରକାର ମହିଳାଙ୍କ ପାଇଁ କୌଣସି ଆଖି ଦୃଶିଆ କାର୍ଯ୍ୟ କରି ନାହାଁନ୍ତି । ସେଥିପାଇଁ ବିଜେପି ଆରମ୍ଭ କରିଛି ମହିଳା ସୁରକ୍ଷା ଯାତ୍ରା । ଏଠି ଶିଶୁ ବି ସୁରକ୍ଷିତ ନାହାଁନ୍ତି । ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଆସିଥିବା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହେତକର୍‌ ଏପରି ଭାବେ ବିଜେଡ଼ି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାରର ବିଫଳତା ସଂପର୍କରେ ଲୋକଙ୍କ ନିକଟରେ ପହଁଚାଯିବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହାର କଡ଼ା ଜବାବ ମଧ୍ୟ ବିଜେଡ଼ି ରଖିଛି । ସମଗ୍ର ଦେଶରେ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ତେଣୁ ଦିଲ୍ଲୀ ନେତା ଏଠାରେ ମୁଣ୍ଡ ନ ଖେଳାନ୍ତୁ ବୋଲି ବିଜେଡ଼ି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ପ୍ରମିଳା ମଲ୍ଲିକ୍‌ ପାଲାଟା ଜବାବ ଦେଇଛନ୍ତି ।

ଆଜିଠାରୁ ତିନି ଦିନିଆ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଆରମ୍ଭ ହେଉଛି । ଏହାକୁ ଦଳର ଜାତୀୟ ସଭାପତି ଅମିତ ଶାହା ଉଦଘାଟନ କରିବେ । ଏହା ପୂର୍ବରୁ ନବୀନଙ୍କୁ ନିଶାନା କରିଛି ବିଜେପି । ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ିଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦୁଟିଏ ବି କହୁ ନାହାଁନ୍ତି । ନବୀନ ସରକାରଙ୍କ ବିରୋଧରେ ଦଳୀୟ ମହିଳା କର୍ମକର୍ତ୍ତା ବୁଥ୍‌ ସ୍ତରରେ ପହଁଚିବେ । ୫ ଜଣିଆ ମହିଳା କର୍ମୀ ଟିମ୍‌ ବୁଥ୍‌ ସ୍ତରରେ ବିଜେଡ଼ି ସରକାରଙ୍କ ବିଫଳତା ପ୍ରସଙ୍ଗ ପହଁଚାଇବ ବୋଲି ବିଜୟା ରାହେତକର କହିଛନ୍ତି । 

ରାହେତକରଙ୍କ ସମାଲୋଚନାର କଡ଼ା ଜବାବ ରଖି ପ୍ରମିଳା ମଲ୍ଲିକ୍‌ କହିଛନ୍ତି ପ୍ରଧାନମନ୍ତ୍ରୀ ଦିଲ୍ଲୀ କଥା ବୁଝନ୍ତୁ । ରାଜ୍ୟରେ ଯେତେବେଳେ ମହିଳାଙ୍କ ଉପରେ ବିପଦ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସିଛନ୍ତି । କିନ୍ତୁ ଦିଲ୍ଲୀ ନେତା ଏଠାରେ ଅଯଥାରେ ଏଠାରେ ମୁଣ୍ଡ ନ ଖେଳାନ୍ତୁ । ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି ବୋଲି ବିଜେଡ଼ି ସଭାନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 

Subscribe

National International State Sports Entertainment