ପିପିଲି ଗଣଦୁଷ୍କର୍ମ ମାମଲା: ପୁଣି ଉଠିଲା ମହାରଥୀ ବିରୋଧୀ ସ୍ୱର, କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରିଲା ବିଜେପି
Khabar Odisha:BJP-Mahila-Morcha-gherao-ctc-crime-branch-office
କଟକ, ଡିସେମ୍ବର ୩୧(ଖବର ଓଡ଼ିଶା):

ପିପିଲି ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାକୁ ନ୍ୟାୟ ନ ମିଳିବାକୁ ନେଇ ରାଜ୍ୟରେ ଏବେବି ବିରୋଧର ସ୍ୱର ଜାରି ରହିଛି । ଆଜି ବିଜେପି ମହିଳା ମୋର୍ଚ୍ଚା ତଥ୍ୟ ପ୍ରମାଣ ଦେବାରେ ବିଫଳ ହୋଇଥିବା କ୍ରାଇମବ୍ରାଞ୍ଚର କଟକ କାର୍ଯ୍ୟାଳୟ ଘେରାଉ କରିଛି । ଏହା ସହିତ ବେବିନାକୁ ନ୍ୟାୟ ମିଳିଲା ବୋଲି ମନ୍ତବ୍ୟ ଦେଇଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି କରିଛି ମୋର୍ଚ୍ଚା । 

ମା’ କୁ ସମ୍ମାନ ନାରା ଦେଉଥିବା ବିଜେଡି ସରକାର ମହିଳାଙ୍କ ସୁରକ୍ଷା ନେଇ କୁମ୍ଭୀରକାନ୍ଦଣା କାନ୍ଦୁଛି । ଏହା ସହିତ ମହାରଥୀଙ୍କ ମନ୍ତବ୍ୟ ମହିଳା ଜାତିକୁ ଅପମାନ ବୋଲି ମୋର୍ଚ୍ଚା ଅଭିଯୋଗ କରିଛି  । ସମସ୍ତ କର୍ମୀ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଦୀପ ମହାରଥୀ ଜଣେ ଅଭ୍ୟାସଗତ ଅସମ୍ମାନ ପ୍ରଦର୍ଶନକାରୀ ବୋଲି ବିଜେପି କହିଛନ୍ତି । ସେ ବିଧାନସଭାରେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଏହା ପରେ ଗୋଟିଏ ମହିଳାଙ୍କର ଦୁଇଟି ସ୍ୱାମୀ ଥିବା ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ପରେ ଗଣଦୁଷ୍କର୍ମମାମଲାରେ ଦୋଷୀ ନିର୍ଦ୍ଦୋଶ ସାବ୍ୟସ୍ତ ହେବା ପରେ ବେବିନାକୁ ନ୍ୟାୟ ମିଳିଲା ବୋଲି କହିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ । ମହାରଥୀଙ୍କ କ୍ଷମାପ୍ରାର୍ଥନା ଏକ ପ୍ରାୟୋଜିତ ଢଙ୍ଗ । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି । 

ଆଜି କଟକ ଦର୍ଘା ବଜାରରେ ଥିବା ନେତାଜୀ ଜନ୍ମସ୍ଥାନରୁ ବିଜେପି ମହିଳା ମୋର୍ଚ୍ଚାର ରାଲି  ଆରମ୍ଭ ହୋଇ କ୍ରାଇମବ୍ରାଂଚ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳା ମୋର୍ଚ୍ଚାର କର୍ମୀମାନେ ଆସି ରାଲିରେ ସାମିଲ ହେବା ସହ ଘେରାଉ କରିଛନ୍ତି । ଆଜିଠାରୁ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବାର ଯୋଜନା ରହିଛି ।

Subscribe

National International State Sports Entertainment